ସେମରକ୍ ପ୍ଲେ ସ୍କୁଲ ଏବଂ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ।

0

ରାଉରକେଲା(ବସନ୍ତ କୁମାର ଜେନା): ବଣାଇଁ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରକ୍ ପ୍ଲେ ସ୍କୁଲ ଏବଂ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବଣାଇଁ ରାଜା ସାହେବ ବୀର କେଶରୀ ଇନ୍ଦ୍ର ଦେଓ ଦେଵ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବଣାଇଁ ବିଡିଓ ଦିବ୍ୟ ଶଂକର ଜୟପୁରିଆ, ବିଦ୍ୟାଳୟର ପ୍ରତିଷ୍ଠାତା ଶିବ ଶଙ୍କର ପୃଷେଠ, ରାଜସ୍ବ ବିଭାଗର ଶ୍ରୀକାନ୍ତ ପୃଷେଠ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଦ୍ବୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏହି ବାର୍ଷିକ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତାଭାବେ ଫୋକସ ପ୍ଲସ ଓ ଆଞ୍ଚଳିକ ଦୈନିକ ଖବର କାଗଜ ମୁଖ୍ୟ ପରିଚାଳକ ସୁଧାଂଶୁ ଶେଖର ରାଉତ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡକ୍ଟର ହଳଧର ନାଗ, ବିଦ୍ୟାଳୟର ମ୍ୟାନେଜିଂ ଡାଇରେକ୍ଟର ରାଜୁ ପୃଷେଠ ପ୍ରମୁଖ ଉପସ୍ଥିତ ରହିଥିଲେ । ଉପସ୍ଥିତ ମୁଖ୍ୟ ଅତିଥି ଓ ସମ୍ମାନୀତ ମାନେ ନୂତନ ଭାବେ ଆରମ୍ଭ ହୋଇଥିବା ଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଫଳକର ଫିତା କାଟି ଶୁଭାରମ୍ଭ କରିଥିଲେ। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ଅଭିଭାବକ ଅଭିଭାବିକା ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.