ରାଉରକେଲା(ବସନ୍ତ କୁମାର ଜେନା): ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ କଟୁରୀଧୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କମଲ ଲାକ୍ରା, ସୁନ୍ଦର ଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଯୋଗ ଦେଇଥିଲାବେଳେ ଦେବବ୍ରତ ନାୟକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗୁରୁଣ୍ଡିଆ ବ୍ଲକ ସଭାପତିତ୍ୱ କରିଥିଲେ l ସେହିପରି ସମ୍ମାନୀତ ଅତିଥି ଭାବରେ ସଦାଶିବ ପାତ୍ର ବନପାଳ ସରସରା, ରାଜୁ ପୁରସେଠ ନିର୍ଦେଶକ ଗୌରୀ ଆଇ ଟି ଆଇ ଓ ସେମରକ ପ୍ଲେ ସ୍କୁଲ ବଣାଇ, କୁମୁଦିନୀ ବାର୍ଲା ସରପଞ୍ଚ ନରେନ୍ଦ୍ର ପଞ୍ଚାୟତ, ପ୍ରଶାନ୍ତ କୁମାର ଚଇନି ଅଧ୍ୟାପକ ଯଦୁପତି ମାଧ୍ୟମିକ ବିଦ୍ୟାଳୟ ସିହିଡ଼ିଆ, ଡମ୍ବରୁ ଧର ପ୍ରଧାନ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ, ଶାନ୍ତନୁ କୁମାର ଦାସ ବିଜେପି ଯୁବମର୍ଚ୍ଚା ସଭାପତି, ଅଭିରାମ ମହାକୁଳ ସମାଜ ସେବୀ, ଭୁବନାନନ୍ଦ କିସାନ ସମାଜ ସେବୀ ଉପସ୍ଥିତ ରହି ନିଜ ନିଜ ବ୍ୟକ୍ତବ୍ୟ ରଖିଥିଲେ l ପ୍ରଧାନ ଶିକ୍ଷକ ପର୍ଶୁରାମ ବାରିକଙ୍କୁ ବକୁଳ ବଣର ଗୋପବନ୍ଧୁ ବାଖ୍ୟା ଦେଇ ମଞ୍ଚାସିନ ଅତିଥି ମାନେ ସ୍କୁଲ ଏବଂ ଛାତ୍ର ଛାତ୍ରୀ ମାନଙ୍କର ଉନ୍ନତି ପାଇଁ ଭୁ ଭୁ ପ୍ରଶଂସା କରିଥିଲେ l ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ବାରିକ ବିବରଣୀ ପାଠ କରି ଥିବା ବେଳେ ରମେଶ ଚନ୍ଦ୍ର ପ୍ରଧାନ ଶିକ୍ଷକ ଗୋବିନ୍ଦ ପୁର ବିଦ୍ୟାଳୟ ମଞ୍ଚ ପରିଚାଳନା କରିଥିଲେ l ଅଭିମନ୍ୟୁ ସାହୁ ସହକାରୀ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
Sign in
Sign in
Recover your password.
A password will be e-mailed to you.