ସ୍ଥାନୀୟ ଶ୍ରମିକଙ୍କୁ ଛଟେଇ ନେଇ ଭାସ୍କର ସ୍ପଞ୍ଜ କାରଖାନା ସମ୍ମୁଖରେ ଶ୍ରମିକଙ୍କ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ।

0

ରାଉରକେଲା(ବସନ୍ତ କୁମାର ଜେନା): ବଣାଇଁ ଉପଖଣ୍ଡ ତୁମକେଲା ନିକଟରେ ଥିବା ଭାସ୍କର ପ୍ଲାଣ୍ଟରେ କାର୍ଯ୍ଯରତ ଥିବା ଶ୍ରମିକଙ୍କୁ ଛଟେଇ ନେଇ ଗେଟ୍ ସାମ୍ନାରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ପୁନଃ ନିଯୁକ୍ତି ସହ ସ୍ଥାୟୀ ଚାକିରୀ ଦାବିରେ ଏହି ଧାରଣା ଦିଆ ଯାଇଥିବା ବେଳେ ହକ୍ ନ ମିଳିବା ଯାଏଁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇ ଛନ୍ତି । ଭାସ୍କର ସ୍ପଞ୍ଜ କାରଖାନା ରେ ଦିର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ଧରି ଶ୍ରମିକ ଭାବେ ଲେବର ମାନେ କାମ କରୁଥିବା ବେଳେ ସେମାନଙ୍କୁ ପ୍ଲାଣ୍ଟ କର୍ତୃପକ୍ଷ ହତାତ୍ କିଛି ଶ୍ରକିକ ସହ କର୍ମଚାରୀଙ୍କୁ ଛଟେଇ କରିବା ଘଟଣାରେ ଅସନ୍ତୋଷ ପ୍ରକାଶ କରି ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରମିକଙ୍କ କହିବା ଅନୁଯାୟୀ ସେମାନେ ଦିର୍ଘ ବର୍ଷ ଧରି ଏଠାରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ସେମାନଙ୍କୁ କାହିଁକି କିଛି ସୂଚନା ନଦେଇ ପ୍ଲାଣ୍ଟ କର୍ତୁପକ୍ଷ ହଟାତ୍ ଛଟେଇ କରିଛନ୍ତି ଏବଂ ଠିକ ସମୟରେ ତାଙ୍କର ପାରିଶ୍ରମିକ ମଧ୍ୟ ପାଉ ନ ଥିବା ଓ ଏବଂ ସରକାରଙ୍କ ନିୟମ ଅନୁସାରେ ୩୫୨ ଟଙ୍କା ବଦଳରେ ୩୨୬ ଟଙ୍କା ଶ୍ରମିକ ମାନଙ୍କୁ ଦେବା ସହ ପିଏଏଫ କଟୁଛି ହେଲେ ରସିଦ ମିଳୁ ନାହିଁ ବୋଲି କହିଛନ୍ତି। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବା କଥା ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ତିବ୍ର ରୁ ତିବ୍ର କରିବୁ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ।

Leave A Reply

Your email address will not be published.