ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ସାମିଲ୍ ହୋଇଥିବା ହିତାଧିକାରୀଙ୍କ ପାଇଁ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହେବା ସହ ବ୍ଳକ୍ ର ଜନସାଧାରଣଙ୍କ ପାଇଁ ଲକ୍ଷ୍ମୀ ବସ୍ ମଧ୍ୟ ଉଦ୍ଘାଟିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭତ୍ତା ବଣ୍ଟନ ମେଳାରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ I ମଧୁବାବୁ ପେନସନ ଯୋଜନାରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପଂଚାୟତର 2080 ଜଣ ନୂତନ ହିତାଧିକାରୀ ସାମିଲ୍ ହୋଇଥିବା ବେଳେ ଭତ୍ତା ବଣ୍ଟନ ମେଳାରେ ଉପସ୍ଥିତ ଥିବା 1200 ଜଣଙ୍କୁ ବିଧାୟକ ଶ୍ରୀ ସ୍ଵାଇଁ ଭତ୍ତା ବଣ୍ଟନ କରିଥିଲେ ଏବଂ ଅନ୍ୟମାନଙ୍କୁ ଯଥା ଶୀଘ୍ର ଭତ୍ତା ପ୍ରଦାନ କରିବା ପାଇଁ ପ୍ରକାଶ କରିଥିଲେ I ସେହିପରି ବେଲଗୁଣ୍ଠା ବ୍ଳକ୍ ର ଜନସାଧାରଣ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଘରେ ଘରେ ଲକ୍ଷ୍ମୀ ଯୋଜନାରେ ବିଧାୟକ ଶ୍ରୀ ସ୍ୱାଇଁ ବେଲଗୁଣ୍ଠା ବ୍ଳକ୍ ପାଇଁ ଦୁଇଟି ଲକ୍ଷ୍ମୀ ବସ୍ କୁ ଉଦ୍ଘାଟନ କରିଥିଲେ I ବିଧାୟକ ଶ୍ରୀ ସ୍ୱାଇଁ ଏବଂ ବିଡିଓ ଭାରତୀ ଦେବୀ ସବୁଜ ପତାକା ଦେଖାଇ ବସ୍ ଗୁଡିକର ଶୁଭାରମ୍ଭ କରିଥିଲେ I ପ୍ରଥମ ଦିନରେ ବସ୍ ରେ କିଛି ଛାତ୍ରଛାତ୍ରୀ, ସ୍ୱୟଂସହାୟକ ଗୋଷ୍ଠୀ ମହିଳା ଯାତ୍ରା କରି ଖୁସି ପ୍ରକଟ କରିବା ସହିତ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I ସେହିପରି ନୂତନ ଭାବେ ଭତ୍ତା ପାଇଥିବା ବହୁ ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ବିଧବା ଖୁସି ହେବା ସହ ଏହି ଭତ୍ତା ରାଶି ସେମାନଙ୍କ ଦୈନନ୍ଦିନ ଚଳଣିରେ ବେଶ୍ ସହାୟକ ହେବ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୁକ୍ ବିଜେଡି ସଭାପତି ତଥା ବଡ଼ ବୋର୍ସିଂ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର,ବ୍ଳକ୍ ଅଧ୍ୟକ୍ଷ ପ୍ରତିନିଧି ଉମାକାନ୍ତ ନାୟକ, ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ,ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ତଥା ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ପାଇଲିପଡ଼ା ସରପଞ୍ଚ ଜୟରାମ ନାୟକଙ୍କ ସମେତ ବହୁ ସରପଞ୍ଚ,ସମିତିସଭ୍ୟ ଏବଂ ବ୍ଳକ୍ କର୍ମକର୍ତ୍ତା ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.