ପାରଳା ପୌରାଞ୍ଚଳର ୧୦ ୱାର୍ଡରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରାଞ୍ଚଳର ୧୦ ନମ୍ବର ୱାର୍ଡରେ ଶନିବାର ଦିନ ଘରେ ଘରେ ଶଙ୍ଖ ପ୍ରଚାର କରିବା ସହିତ ଶଙ୍ଖ ଚିହ୍ନ ପୋଷ୍ଟର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ତଥା ବି ଏସ୍ କେ ୱାଇ କାର୍ଡ , ବିଜୁ ପକ୍କା ଘର ସହ ସହରାଞ୍ଚଳର ଲୋକଙ୍କ ପାଇଁ ପ୍ରଚଳିତ ହେଉଥିବା ବିଭିନ୍ନ ଯୋଜନା ସହ ସହରର ଉନ୍ନତି ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଘରେ ଘରେ ଶଙ୍ଖ ପ୍ରଚାର କରିବା ସହିତ ଶଙ୍ଖ ଚିହ୍ନ ପୋଷ୍ଟର ଲଗାଯାଇଥିଲା
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ , ଉପାଧ୍ୟକ୍ଷା ଲେଙ୍କା ମଧୁ , ପ୍ରଦୀପ ନାୟକ , ରାଜ୍ୟ ବିଜେଡ଼ି ଯୁବ ଉପସଭାପତି ଇଂ ରୁପେଶ ପାଣିଗ୍ରାହୀ , ବିଜେଡି ଯୁବ ସଭାପତି ଏସ୍.ଲିଙ୍ଗରାଜ , ବସନ୍ତ ଦାସ , ଜମିଦାର ପଟ୍ଟନାୟକ , ସୁଧି ରଞ୍ଜନ ମହାପାତ୍ର , ଲକ୍ଷ୍ମୀ ପରିଚ୍ଛା , ନାନୁ ପଟ୍ଟନାୟକ, ରାମଶଙ୍କର ପଟ୍ଟନାୟକ , ପ୍ରଦୀପ୍ତ ପଟ୍ଟନାୟକ , ବିଶ୍ଵନାଥ ପଟ୍ଟନାୟକ ,କାଳୀ ପଟ୍ଟନାୟକ ପ୍ରମୁଖଙ୍କ ସହ ଦଳୀୟ ନେତା ଉପସ୍ଥିତ ଥିଲେ।

Leave A Reply

Your email address will not be published.