କୁଣ୍ଡାଖାଇ ଠାରେ ନୂତନ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଉଦ୍ଘାଟିତ

0 1

 ଗାଇସିଲାଟ/ମନ ଡନସନା- ଗାଇସିଲେଟ ବ୍ଲକ କୁଣ୍ଡଖାଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ନୂତନ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ଯୋଗଦେଇ ଏହି ନୂତନ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ କୁ ଉଦ୍ଘାଟନ କରିଥିଲେ । କୁଣ୍ଡାଖାଇ ଠାରେ ନୂତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ହେବା ଯୋଗୁଁ ଗନିଆପାଲି, ଚାଣ୍ଟିପାଲି, କୁଣ୍ଡାଖାଇ ଗ୍ରାମପଞ୍ଚାୟତ ର ୧୨ ଗୋଟି ରାଜସ୍ବ ଗ୍ରାମ ର ଲୋକେ ଉପକୃତ ହୋଇ ପାରିବେ । ଏହି ଉଦ୍ଘାଟନୀ ସମୟ ରେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ତହସିଲଦାର ଟିଟସ ମହାନନ୍ଦିଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝି,ରାଜସ୍ବ ନୀରିକ୍ଷକ ଗୁରୁଦେବ ସୁନା, ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ । ଅଞ୍ଚଳ ବାସୀ ମନ୍ତ୍ରୀ ରିତା ସାହୁଙ୍କୁ କୃତଜ୍ଞତା ଜଣାଇଥିଲେ ।।

Leave A Reply

Your email address will not be published.