ଭବାନୀପାଟଣା,୨୪/୦୨/୨୦୨୪-କଳାହାଣ୍ଡି କଳା, ସଂସ୍କୃତି ଓ ଐତିହ୍ୟ ତଥା ପରମ୍ପରାକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଥିବା ଆଦିବାସୀ, ଜନଜାତିର ଅସ୍ମିତା ଓ ଆତ୍ମସମ୍ମାନ ରକ୍ଷା କରିବା ସହିତ ସେମାନଙ୍କ ଜୀବନ ଜୀବିକାରେ ସୁଧାର ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ, ଏ ଦିଗରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ସଶକ୍ତ ଆଦିବାସୀ ସମାଜ ଗଠନ ସହିତ ସମୃଦ୍ଧ ରାଜ୍ୟ ଗଠନରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଆଜି ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ବୈଠକରେ ମୁଖ୍ୟଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ମୌଶଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ପି. ଅନ୍ଵେଷା ରେଡ୍ଡୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମଧୁଛନ୍ଦା ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ସ୍ବର୍ଣ୍ଣ ଚମ୍ପା ମାଝୀ, ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସେହିପରି ହଲବା ସମାଜର ଜିଲ୍ଲା ସଭାପତି ସହଦେବ ନେଗୀ, ବିଞ୍ଝାଲ ସମାଜ ସଭାପତି ସମ୍ପଦ ବରିହା, କନ୍ଧ ସମାଜର ଜିଲ୍ଲା ସଭାପତି ରାଜେନ୍ଦ୍ର ଭୋଇ, ଭତ୍ରା ସମାଜର ସଭାପତି କୈଳାସ ଚନ୍ଦ୍ର ମାଝୀ, ମିର୍ଦ୍ଧା ସମାଜର ସଭାପତି ସ୍ୱୟଂମ୍ବର ମିର୍ଦ୍ଧା, ଧ୍ରୁବଗଣ୍ଡ ସମାଜର ସଭାପତି ଜଗମୋହନ ମାଝୀ, ଗଣ୍ଡ ସମାଜର ସଭାପତି ପଦ୍ମନ ପାତ୍ର, ଆଦିବାସୀ ସଙ୍ଘର ସଭାପତି ପ୍ରକାଶ ମାଝୀ, ସମ୍ପାଦକ ଋତୁରାଜ ମାଝୀ, ବଂଜାରା ସମାଜର ସଭାପତି ଲଳିତ ନାଏକ ଏହି ଅବସରରେ ମଂଚାସୀନ ଥିଲେ। ଜିଲ୍ଲା ଯୋଜନା ସମ୍ମନ୍ଵୟ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ ସଭା ପରିଚାଳନା କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବର୍ଗର ଆଦିବାସୀ ଜନଜାତି ସମୁହର ବହୁସଂଖ୍ୟକ ନେତୃସ୍ଥାନୀୟ ପୁରୁଷ, ମହିଳା ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.