ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟର ଭାଇସ ପ୍ରିନ୍ସିପାଲ ପ୍ରଫେସର ଡଃ. କାହ୍ନୁଚରଣ ପାଣିଗ୍ରାହୀଙ୍କୁ ସମ୍ମାନଜନକ PhD ଉପାଧିରେ ସମ୍ମାନିତ କରାଯାଇଛି । ଏହି ଉପାଧି ବିପିୟୁଟିର ୧୦ମ ସମାବର୍ତ୍ତନ ଉତ୍ସବରେ ରାଜ୍ଯପାଳ ଶ୍ରୀଯୁକ୍ତ ରଘୁବର ଦାସ , ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରିତୀରଞ୍ଜନ ଘଡାଇ ମହୋଦୟ ତଥା ବିପିୟୁଟିର ଭାଇସ୍ ଚାନସେଲରଙ୍କ କରକମଳରୁ ପାଇଛନ୍ତି ।ସେ ଏହି ସମ୍ମାନଜନକ PhD ଉପାଧି ଫାର୍ମାସିରେ ପାଇବାରେ ଗୁଣୁପୁର ଅଞ୍ଚଳର ପ୍ରଥମ ବ୍ଯକ୍ତି! ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାସ, ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞୟ ସାହୁ, ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.