ମା ବସ୍ଥରେନ କ୍ରିକେଟ କ୍ଲବ ପକ୍ଷରୁ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

0 1

ଫତକାବାହାଳୀକୁ ହରାଇ ରାକ୍ସି ବିଜୟୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଗାଡେବନ୍ଦ ପଞ୍ଚାୟତ ଫତକାଵାହାଲି ଗ୍ରାମରେ ୨୧ତମ ମା ବସ୍ତେରେନ କ୍ରିକେଟ କ୍ଲବ ପକ୍ଷରୁ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ନୀଳ ମାଧବ ସିଂ ଦେଓ ସମ୍ବାନିତ ଅତିଥି ନର୍ଲା ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଭାପତି ସମୀର କୁମାର ଚାନ୍ଦ ,ସମ୍ବାନୀୟ ଅତିଥି ମାନେ ହେଲେ ଗାଡେବନ୍ଦ ପଞ୍ଚାୟତ ସରପଞ୍ଚ, ସମାଜସେବି ଆଜିତ କୁମାର ସାହୁ, ସମାଜସେବି ଦିପୁ ପାତ୍ର, ବିପିନ ମହାର,ସମାଜସେବୀ ବାବୁ ବୁଦ୍ଧିଆ ଓ ସାମ୍ବାଦିକ ବିରଞ୍ଚି କରୁଆଁ, ହୃଦାନନ୍ଦ ମାଝୀ ୱାର୍ଡ ମେମ୍ବର ମୋହନ ମାଝୀ ଶେଷଦେବ ମାଝୀ ମିଳିତ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦୀର୍ଘ ୨1ବର୍ଷ ଧରି ଏହି ଖେଳ ଆୟୋଜନ କରିଥିବାରୁ ମା ବସ୍ତେରେନ କ୍ଲବକୁ ଉଚ୍ଚ ପ୍ରଶଂସା କରିଥିଲେ । ଆଜି ଫାଇନାଲ ମ୍ୟାଚ ଫତକାଵାହାଲି ଓ ରାକ୍ସି ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ରାକ୍ସି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ଉଇକେଟ ହରାଇ ୧୬ଠରନ ସଂଗ୍ରହ କରିଥିଲେ । ସେହିପରି ଫତକାଵାହାଲି ସମସ୍ତ ଉଇକେଟ ହରାଇ ୧୩.୩ ବଲ ରେ ମାତ୍ର ୯୭ ରନ ସଂଗ୍ରହ କରି ପରାଜିତ ହୋଇଥିଲା। ମୁଖି ଅତିଥି ରାକ୍ସି ବିଜୟ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରିଥିଲେ।

ଏହି ଟୁର୍ନାମେଣ୍ଟ ରେ ଟ୍ରଫି ର ବ୍ୟବସ୍ଥା ଶ୍ରୀ ଦିପୁ ପାତ୍ର କରିଥିଲେ.ଏହି ମ୍ୟାଚ ରେ ଅଜୁ ପୋଡ଼ ମ୍ୟାନ ଅଫ ଦି ମ୍ୟାଚ, ଭୋଳା ମ୍ୟାନ ଅଫ ଦି ସିରିଜ,ହିତେଶ ବେଷ୍ଟ ବୋଲର ଭୋଳାନାଥ ମାଝୀ ବେଷ୍ଟ ସ୍କୋର ,ବରୁଣ ବେଷ୍ଟ କେଚ,କୋକୋମୁଣ୍ଡା ଦିସିପ୍ଲିନ ଟିମ ପୁରସ୍କାର ପାଇଥିଲେ । ମା ବସ୍ତରେନ ଆଦର୍ଶ ଯୁବକ କ୍ଲବର ସଭାପତି ଜଗୁଳାଲ ମାଝୀ , ସେକ୍ରେଟାରୀ – କୈଳାସ କରୁଆଁ ଓ ସମସ୍ତ ସଦସ୍ୟ ପ୍ରମୁଖ ପ୍ରଶାନ୍ତ କରୁଆଁ, ଜିତେନ୍ଦ୍ର କରୁଆଁ,ବନମାଳୀ ମାଝୀ,ପପୁ ଗହୀର, ଟୁକନୁ ମାଝୀ, ରଞ୍ଜିତ ହରିଜନ,ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟୁର୍ନାମେଣ୍ଟ ରେ ଜିତେନ୍ଦ୍ର କରୁଆଁ , ଭୋଳାନାଥ ମାଝୀ ଜଗନ୍ନାଥ ମାଝୀ ବନମାଳୀ ମାଝୀ,ଅମ୍ପାୟାର ଥିଲେ ସ୍କୋରର ଜଗୁଳାଲ ମାଝୀ କୈଳାଶ କରୁଆଁ , କାର୍ଯ୍ୟ ତୁଲାଇଥିଲେ। ମା ବସ୍ତରେନ କ୍ରିକେଟ କ୍ଲବ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ।

Leave A Reply

Your email address will not be published.