ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ଡାବୁଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରସ୍କୃତ

0 1

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବ୍ଲକ ସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛି।ନବରଙ୍ଗପୁର ଜିଲ୍ଲା ରେ ଆଜି ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମରେ ଡାବୁଗାଁ ବ୍ଲକ ର ଶ୍ରେଷ୍ଠ ୩ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ତଥା ଉଚ୍ଚ ବିଦ୍ୟାଳୟ ର ଶ୍ରେଷ୍ଠ ପରିଚାଳନା କମିଟି ଭାବେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରସ୍କୃତ ହୋଇଛି। ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଭାବେ ପୁରସ୍କୃତ ହୋଇଛନ୍ତି। ସେହିପରି ବୋରିଗାଁ ଓ ଚଚରା ଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଡାବୁଗାଁ ଏକ୍ସ୍ ବୋର୍ଡ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖୁଟୁ ଗୁଡା ଓ ଗଡେଗାଁ ପ୍ରାଥମିକ ବିଦ୍ୟାଳୟ କୁ ପୁରସ୍କୃତ କରାଯାଇଥିଲା । ଡାବୁଗାଁ ବ୍ଲକ ର ଏକ୍ସ ବୋର୍ଡ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଆଲୁମିନି କମିଟି କୁ ବ୍ଲକ ସ୍ତରର ଶ୍ରେଷ୍ଠ ଅଲୁମିନି କମିଟି ପୁରସ୍କାର ଦିଆ ଯାଇଛି। ଉମୁରାହାଣ୍ଡି ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶୁଭସ୍ମିତା ପାଢୀ ଙ୍କୁ ବ୍ଲକ ର ଶ୍ରେଷ୍ଟ ପ୍ରାଥମିକ ଶିକ୍ଷୟତ୍ରୀ ପୁରସ୍କାର ଦିଆ ଯାଇଛି। ବ୍ଲକ ର ୪ ଜଣ ଶିକ୍ଷାର୍ଥୀ ଙ୍କୁ ଜିଲ୍ଲା ଏକାଡେମୀ ପୁରସ୍କାର ଦିଆ ଯାଇଛି। ସେହିପରି ୧୦୧ ଛାତ୍ରଛାତ୍ରୀ ଙ୍କୁ ବ୍ଲକ ସ୍ତରରେ ଏକାଡେମୀ ପୁରସ୍କାର ଦିଆଯାଇଛି। 9 ଟି ଉଚ୍ଚ ବିଦ୍ୟାଳୟ ର ୧୮ ଜଣ ଛାତ୍ରଛାତ୍ରୀଙ୍କୁ ଶ୍ରେଷ୍ଠ ସଂଗଠକ ପୁରସ୍କାର ଦିଆଯାଇଥିବା ବେଳେ ଜବା ଗୁଡା ଗ୍ରାମ ପଞ୍ଚାୟତ କୁ ବ୍ଲକ ର ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ପୁରସ୍କାର ଦିଆ ଯାଇଛି। ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଖଗପତି ପ୍ରଧାନୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସହ ଅନ୍ୟ ମାନି ଗନ୍ୟ ଅତିଥି ଯୋଗ ଦେଇ ମାନପତ୍ର ଓ ଟ୍ରଫି ଦେଇ ସମସ୍ତଙ୍କୁ ପୁରସ୍କୃତ କରିଥିଲେ। ଡାବୁଗାଁ ବ୍ଲକ ରୁ ଏବିଇଓ ଭଗବାନ ମାଝୀ, ସନ୍ତୋଷ କୁମାର ସାହୁ , ସି ଆର ସି ସି ତଥା ପୁରସ୍କାପ୍ରାପ୍ତ ସମସ୍ତେ ଯୋଗ ଦେଇଥିଲେ।

Leave A Reply

Your email address will not be published.