https://youtu.be/CBY6x3wRsno
ଉପନିର୍ବାଚନ ରେ ଦେଇଥିବା ପ୍ରତିଶ୍ରୁତି ପୂରଣ କଲେ ମୁଖ୍ୟମନ୍ତ୍ରୀ :-ବିଧାୟିକା ବର୍ଷା
ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳ ବାସୀ
ବରଗଡ :- ବରଗଡ ଜିଲ୍ଲାରେ ରେ ଆଜି ନୂତନ ଭାବରେ ଦୁଇ ଗୋଟି ନୁଆଁ ଏନ.ଏ.ସି ( ବିଜ୍ଞାପିତ ଅଞ୍ଚଳ ପରିଷଦ ) ଗଠନ ହେବାର ଘୋଷଣା କରିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଅତାବିରା ନିର୍ବାଚନ ମଣ୍ଡଳୀର ଭେଡେନ ଓ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ବ୍ଲକ କୁ ନୁଆଁ ଏନ.ଏ.ସି ଭାବରେ ଘୋଷଣା କରାଯାଇଛି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପାଇକମାଲ କୁ ଏନ.ଏ.ସି ଘୋଷଣା କରାଯିବା ପରେ ଉତ୍ସବ ମୁଖରିତ ହୋଇ ପଡ଼ିଥିଲା ପାଇକମାଲ । ଅଂଚଳର ବୁଦ୍ଧିଜୀବୀ ଓ ସାଧାରଣ ଜନତା ଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇବା କାର୍ଯ୍ୟ ଜାରି ରହିଛି ।
ଏଠାରେ ସୂଚନାଯୋଗ୍ୟ ଯେ ଗତ ପ୍ରାୟ ଏକ ଦଶନ୍ଧି ହେଲା ପାଇକମାଲ କୁ ଏନ.ଏ.ସି ଘୋଷଣା କରାଯିବା ପାଇଁ ତଥା ପାଇକମାଲ ରେ ଏକ ସି.ଏଚ.ସି ର ପ୍ରତିଷ୍ଠା ପାଇଁ କ୍ରମାଗତ ଭାବରେ ସରକାରଙ୍କ ନିକଟରେ ବିଭିନ୍ନ ମହଲରୁ ଦାବି କରା ଯାଉଥିଲା । ଏମିତି କି ଏହି ଦୁଇ ଗୋଟି ଦାବି କୁ ନେଇ ଅଞ୍ଚଳ ବାସୀ ବହୁତ ଥର ଆନ୍ଦୋଳନ ମଧ୍ୟ କରିଥିଲେ । ଗତ ଉପନିର୍ବାଚନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପାଇକମାଲ ଠାରେ ଆୟୋଜିତ ଏକ ନିର୍ବାଚନୀ ସଭା ରେ ପାଇକମାଲ ରେ ସି.ଏଚ.ସି ଓ ଏନ.ଏ.ସି ହେବ ବୋଲି ଘୋଷଣା କରିଥିଲେ । ନିଜର କଥା ମୁତାବକ ପ୍ରଥମେ ସି.ଏଚ.ସି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ପାଇକମାଲ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ଘୋଷଣା କରିଛନ୍ତି । ଅଂଚଳବାସୀ ଙ୍କ ଏହି ବହୁ ପ୍ରତୀକ୍ଷିତ ଦାବି ପୂରଣ ହେବା ପରେ ବର୍ତମାନ ପାଇକମାଲ ଅଞ୍ଚଳର ଦଳ , ଧର୍ମ ଜାତି ନିର୍ବିଶେଷ ରେ ସମସ୍ତେ ଖୁସି ଜାହିର କରିଛନ୍ତି ।
ଆଜି ସନ୍ଧ୍ୟା ସମୟରେ ପାଇକମାଲ ଜନସାଧାରଣଙ୍କ ଦ୍ୱାରା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଏକ ବିରାଟ ବାଇକ ରେଲି ର ଅୟୋଜନ , ବିଜୁ ଯୁବ ଜନତା ଦଳର ପାଇକମାଲ ସଭାପତି ଶ୍ରୀ ଗୌତମ ସିଂ ଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏହି ରେଲି ରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରାଜୁ ଘିବେଳା , ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା , ପାଇକମାଲ ବିଜୁ ଜନତା ଦଳ ର ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ ପ୍ରମୁଖ ଙ୍କ ସହିତ ଶହେ ରୁ ଅଧିକ ବାଇକ ଅରୋହି ଯୋଗଦାନ କରିଥିବା ବେଳେ , ପାଇକମାଲ ନାଗରିକ କମିଟିର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ , ନାଗରିକ କମିଟି ର ବରିଷ୍ଠ ସଭ୍ୟ ଶ୍ରୀ ବିନୋଦ କୁମାର କାଳିଆ , ସାମ୍ବାଦିକ ସଂଘ ର ସଭାପତି ଶ୍ରୀ ବଡ ଶତପଥୀ , ସୁରଥ ସାହୁ , ନାଗରିକ କମିଟି ର ସାଧାରଣ ସଂପାଦକ ଶ୍ରୀ ନୀଳମଣି ପଣ୍ଡା , ବଣିକ ସଂଘ ର ସଭାପତି ଶ୍ରୀ ଯୁଗଳ କିଶୋର ମେହେର ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।