ଭୁବନେଶ୍ୱର : ବିଜୁ ଜନତା ଦଳର ଯୁବ ନେତା ଗୌତମବୁଦ୍ଧ ଦାସଙ୍କୁ ପାଲଲହଡା ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ | ସେ ପୂର୍ବରୁ ଥିବା ଦେବଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ସହ ଏହି ନୂତନ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ ବୋଲି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି |
