୨୩୯୭ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଏବଂ ସିକିମି ସତ୍ଵ ଭାବେ ରେକର୍ଡ ହୋଇଥିବା ଜମିର 208 ଦଖଲକାରୀଙ୍କୁ ସ୍ଥିତିବାନ ସତ୍ୱର ପଟ୍ଟା ପ୍ରଦାନ କଲେ ବିଧାୟକ ପ୍ରତାପ ଜେନା l

0 1

(ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଵିକାଶମୂଳକ ଶାସନ, କଥା କମ କାମ ବେଶୀ ନୀତିରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ସମଗ୍ର ମାହାଙ୍ଗା ଅଞ୍ଚଳବାସୀ ଙ୍କ ଵିକାଶ ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି l ବିଧାୟକ ପ୍ରତାପ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ 2009 ମସିହା ଠାରୁ ନେବା ପର ଠାରୁ ମାହାଙ୍ଗା ଅଞ୍ଚଳରେ ଶିକ୍ଷା ହେଉକି ସ୍ୱାସ୍ଥ୍ୟ, ଭତ୍ତା ହେଉକି ଗମନାଗମନ, ପାନୀୟଜଳ ହେଉକି ମନ୍ଦିର, ବିଦ୍ୟାଳୟ ଆଦି ବିଭିନ୍ନ କ୍ଷେତ୍ରରେ ଵିକାଶର ଧାରା ବହିଚାଲିଛି l ସେହିଭଳି ଭାବେ ଆଉ ଏକ ବିକାଶର ଫର୍ଦ ଯୋଡି ହୋଇଛି 2397 ଯୋଗ୍ୟ ବୃଦ୍ଧ, ବୃଦ୍ଧା ଏବଂ ଦିବ୍ୟାଙ୍ଗ କ୍ଷେତ୍ରରେ l ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ୨୩୯୭ ଜଣ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଏବଂ 208 ଜଣଙ୍କୁ ସିକିମି ସତ୍ଵ ଭାବେ ରେକର୍ଡ ହୋଇଥିବା ଜମିର ଦଖଲ କାରୀଙ୍କୁ ସେହି ଜମି ଉପରେ ସ୍ଥିତିବାନ ସତ୍ୱର ପଟ୍ଟା ପ୍ରଦାନ କରିଛନ୍ତି l ଏହି ଅବସରରେ ବିଧାୟକ ଶ୍ରୀ ଜେନା ଏକ ସଭାରେ ଯୋଗଦାନ କରି ପ୍ରକାଶ କରିଥିଲେ ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ ଆମର ଦାୟିତ୍ୱ ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ଭତ୍ତା ପ୍ରଦାନ କରାଯିବ ଯେଭଳି କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ଯେମିତି ବଞ୍ଚିତ ହେବେନାହିଁ ତାହାପ୍ରତି ଆମେ ସଦାସର୍ବଦା ନଜର ରଖିଛୁ ବୋଲି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନା ଙ୍କ ସମେତ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବିଡ଼ିଓ ଅମୀୟ କୁମାର ପଣ୍ଡା, ଏବିଡ଼ିଓ ଜ୍ଞାନରଞ୍ଜନ ପଣ୍ଡା, ଜିଲ୍ଲାପରିଷଦ ସସ୍ମିତା ଦାସ, ଜଗବନ୍ଧୁ ସେଠି, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସେକ ରିୟାଜୁଲ ହୋଦା, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବିଧାୟକଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ,ଯୁବନେତା ଅମୀୟ ନାୟକ,ସୁବାସଚନ୍ଦ୍ର ଜେନା, ପୂର୍ବତନ ଜିଲ୍ଲାପରିଷଦ ହୃଷିକେଶ ସ୍ୱାଇଁ, ସରପଞ୍ଚ ରାଜକିଶୋର ବଳଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଏବଂ ବହୁ ଜନସାଧାରଣ ଯୋଗଦାନ କରିଥିଲେ l

Leave A Reply

Your email address will not be published.