ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ପଞ୍ଚାୟତକୁ ବ୍ଲକ ସହିତ ଯୋଗାଯୋଗ କରିବା ପାଇଁ ଲକ୍ଷ୍ମୀ ଯୋଜନାରେ ବସର ବ୍ୟବସ୍ଥା କରିଛନ୍ତି – ବିଧାୟକ ପ୍ରତାପ ଜେନା l
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ କୁଆଁପାଳ ଠାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଘରେ ଘରେ ଲକ୍ଷ୍ମୀ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2 ଟି ବସର ଶୁଭାରମ୍ଭ କରିଛନ୍ତି l ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ହଜାର ହଜାର ମାହାଙ୍ଗା ଜନସାଧାରଣ ବିଧାୟକ ଶ୍ରୀ ଜେନାଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ l ବିଧାୟକ ଶ୍ରୀ ଜେନା ଲକ୍ଷ୍ମୀ ଯୋଜନାରେ ବସ ଶୁଭାରମ୍ଭ କରିବା ଅବସରରେ ପ୍ରକାଶ କରିଥିଲେ କି ସାଢେ ଚାରିକୋଟି ଓଡ଼ିଆ ଙ୍କ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲକ୍ଷ୍ମୀ ଯୋଜନା ମାଧ୍ୟମରେ ପଞ୍ଚାୟତ ର ଜନସାଧାରଣ ମାତ୍ର 5 ଟଙ୍କା ମୂଲ୍ୟରେ ପଞ୍ଚାୟତରୁ ବ୍ଲକ ମୁଖ୍ୟ କାର୍ଯ୍ୟାଳୟକୁ ଯାତାୟତ କରିପାରିବେ ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏକ ଅଭିନବ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l ଏପରିକି ମାତ୍ର ୫ ଟଙ୍କାରେ ଏକ ସୁସଂଯୋଜିତ ଏବଂ ନିର୍ଭରଯୋଗ୍ୟ ଗମନାଗମନ ସେବା ଯୋଗାଇ ଗ୍ରାମାଞ୍ଚଳବାସୀଙ୍କ ଆର୍ଥିକ ଏବଂ ସାମାଜିକ ବିକାଶ କ୍ଷେତ୍ରରେ ସହଭାଗୀ ହୋଇପାରିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନା ଙ୍କ ସମେତ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲା ପରିଷଦ ସୁସ୍ମିତା ଦାସ, ଜଗବନ୍ଧୁ ସେଠି, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସେକ ରିୟାଜୁଲ ହୋଦା, ପୂର୍ବତନ ଜିଲ୍ଲାପରିଷଦ ହୃଷିକେଶ ସ୍ୱାଇଁ, ବିଧାୟକ ଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ଯୁବନେତା ଅମୀୟ ନାୟକ, ସରପଞ୍ଚ ରାଜକିଶୋର ବଳ,ସୁବାଷଚନ୍ଦ୍ର ଜେନାଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ବିଜୁ ଜନତା ଦଳ କର୍ମୀ ଏବଂ ହଜାର ହଜାର ସଂଖ୍ୟାରେ ମାହାଙ୍ଗା ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ l ଏଭଳି ଵିକାଶ ପାଇଁ ମାହାଙ୍ଗା ବ୍ଲକ ଅଞ୍ଚଳର ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି l