(ମାହାଙ୍ଗା -ଶାସକ ପ୍ରଶାସକ): ମାହାଙ୍ଗା ପଞ୍ଚାୟତ ସମିତି ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଶୁଭ ଉଦଘାଟନ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶମୂଳକ ଶାସନରେ ସମଗ୍ର ମାହାଙ୍ଗା ବ୍ଲକ ଅଞ୍ଚଳରେ ଵିକାଶ ପରେ ଵିକାଶ କାର୍ଯ୍ୟକ୍ରମ ଜାରି ରହିଛି l ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଏକ ବିଶାଳ ଜନସମାଗମ ମଧ୍ୟରେ ଯୋଗଦାନ କରି ଉନ୍ନତିମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି l ପ୍ରଥମେ ମାହାଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦଘାଟନ ପରେ ପରେ ମାହାଙ୍ଗା ବ୍ଲକ କଲୋନୀ ବାସଗୃହର ଶୁଭ ଉଦଘାଟନ ଆଦି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କୁ ମାହାଙ୍ଗା ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ଉଦେଶ୍ୟରେ ବିଧାୟକ ଶ୍ରୀ ଜେନା ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନା ଙ୍କ ସମେତ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବିଡ଼ିଓ ଅମୀୟ କୁମାର ପଣ୍ଡା,ଏବିଡ଼ିଓ ଜ୍ଞାନରଞ୍ଜନ ପଣ୍ଡା, ଜିଲ୍ଲା ପରିଷଦ ସସ୍ମିତା ଦାସ,ଜଗବନ୍ଧୁ ସେଠି, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସେକ ରିୟାଜୁଲ ହୋଦା, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଯୁବନେତା ଅମୀୟ ନାୟକ, ସରପଞ୍ଚ ରାଜକିଶୋର ବଳ, ସୁବାଷ ଚନ୍ଦ୍ର ଜେନା, ପୂର୍ବତନ ଜିଲ୍ଲା ପରିଷଦ ହୃଷିକେଶ ସ୍ୱାଇଁ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଏବଂ ବହୁ ଜନସାଧାରଣ ଯୋଗଦାନ କରିଥିଲେ l