ଉଦଘାଟିତ ହେଲା ଭୁବନ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ

0 1

ଢ଼େଙ୍କାନାଳ / ରବିନ୍ ଦାସ ; କ୍ରୀଡାକୁ ପ୍ରୋତ୍ସାହନ ଓ କ୍ରୀଡାବିତଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଭୁବନ ରେ ବିଜୁ ପଟ୍ଟନାୟକ ଇନଡୁର୍ ଷ୍ଟାଡିୟମ ଉଦଘାଟିତ ହୋଇ ଯାଇଛି । ଭୁବନ ବୁଦ୍ଧେଶ୍ଵର ମନ୍ଦିର ନିକଟରେ ୫ କୋଟି ୪୪ ଲକ୍ଷ ୯୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ସାରା ଓଡ଼ିଶାରେ ସମୁଦାୟ ୫୧ ଟି ଇନଡୁର୍ ଷ୍ଟାଡିୟମ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଭୁବନରେ ହୋଇଥିବା ଉଦଘାଟନୀ ଉତ୍ସବରେ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ନଗରପାଳ ଶୁଭେନ୍ଦୁ କୁମାର ସାହୁ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ବିଡ଼ିଓ କଲ୍ୟାଣ ସୌରଭ ଦାଶ, ଏନ୍ ଏ ସି ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା , ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସେଠୀ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଯୋଗଦେଇଥିଲେ । ପ୍ରାୟ ୧ ହଜାର ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଉଦଘାଟନୀ ଉତ୍ସବରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ସିଧା ପ୍ରସାରଣ ଦେଖିଥିଲେ ।

Leave A Reply

Your email address will not be published.