ନିଶ୍ଚିନ୍ତକୋଇଲି ବ୍ଳକ ମହିଳା ବିଜେଡ଼ି କମିଟିର କର୍ମକର୍ତ୍ତା ମନୋନୀତ l

0 1

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପରାମର୍ଶ ଓ ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତିଙ୍କ ଅନୁମୋଦନ କ୍ରମେ ନିଶ୍ଚିନ୍ତକୋଇଲି ବ୍ଳକ ମହିଳା ବିଜୁଜନତା ଦଳ କମିଟି ଗଠନ କରାଯାଇ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି l ଏହି ଅବସରରେ ୨୬ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀଙ୍କ ପୌରହିତ୍ୟରେ ବୁହାଳୋ ସ୍ଥିତ ଗୋଲଡ଼େନ କ୍ଲବ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି l ଏହି କମିଟିରେ ୫୪ଜଣ କର୍ମକର୍ତ୍ତାଙ୍କୁ ନିଆଯାଇଥିଲା ବେଳେ ସଭାପତି ଭାବେ ଅମ୍ବ୍ରିତା ସିଂହଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି l ଏଥିରେ ଉପସଭାପତି ଭାବେ ଜାନକୀ ସାହୁ, ସସ୍ମିତ ରାଉତ, କଲ୍ୟାଣୀ ଦାସ, ସଂଯୁକ୍ତା ଦାସ,କୁନ୍ତଳା ବାରିକ ୫ଜଣଙ୍କୁ ନିଆଯାଇଥିଲା ବେଳେ ସାଧାରଣ ସମ୍ପାଦିକା ଭାବେ ଅଯୋଧା ଭାରତୀ,ନର୍ମଦା ସାହୁ,ମେନକା ପଣ୍ଡା, ସୁରତୀ ମଲିକ, ମନୋରମା ନାୟକ, ରୀତା ମହାନ୍ତି ପ୍ରମୁଖ ୬ଜଣଙ୍କୁ ମନୋନୀତ କରାଯାଇଛି l ଜୋନ୍ ସଭାପତି ଭାବେ କବିତା ଭଞ୍ଜ, ରଶ୍ମିତା ପ୍ରଧାନ, ସାଗରିକା ନାୟକଙ୍କୁ ମନୋନୀତ କରାଯାଇଛି l ଏହାଛଡ଼ା ଅନ୍ୟ ୩୯ଜଣଙ୍କୁ କମିଟିର ସମ୍ପାଦିକା ଭାବେ ମନୋନୀତ କରାଯାଇଛି l ଅନୁଷ୍ଠିତ ଏହି ସମ୍ମିଳନୀରେ ବ୍ଲକ ଅଧକ୍ଷା ରୋଜି ସେଠୀ,ଜିଲ୍ଲାପରିଷଦ ଜସ୍ମିତା ସେଠୀ, ମହିଳା ଫେଡ଼େରେସନ ସଭାପତି କନକଲତା ଭୂୟାଁ, ସମ୍ପାଦିକା ସତ୍ୟଭାମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମହିଳାମାନଙ୍କ କ୍ଷେତ୍ରରେ ତୃଣମୂଳ ସ୍ତରରୁ ବିଜେଡ଼ି ସଂଗଠନକୁ ମଝବୁତ କରାଯିବ ବୋଲି ସଭାନେତ୍ରୀ ଅମ୍ବ୍ରିତା ସିଂହ ତାଙ୍କ ପ୍ରତିକ୍ରିୟାରେ କହିଥିଲାବେଳେ ନବନିର୍ବାଚିତ କର୍ମକର୍ତ୍ତାମାନେ ବିଧାୟକ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି

Leave A Reply

Your email address will not be published.