ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟରେ ଆତ୍ମସୁରକ୍ଷା ତାଲିମ

0 2

ଗାଇସିଲାଟ/ମନ ଡନସନା -ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟ ଠାରେ ଯୁକ୍ତ ଦୁଇ ର ପ୍ରଥମ ବର୍ଷ ଛାତ୍ରୀ ମାନଙ୍କୁ ନେଇ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ପ୍ରଦିପ ପଧାନ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଶିବିର ରେ ମୁଖ୍ଯ ଅତିଥି ଭାବରେ ପ୍ରଶାନ୍ତ କୁମାର ସାହୁ (ପୂର୍ବତନ ଅଧ୍ଯକ୍ଷ)। ସମ୍ମାନିତ ଅତିଥି ଭାବରେ ସଂସ୍କୁତ ବିଭାଗର ଅଧ୍ଯାପକ ଶ୍ରୀଯୁକ୍ତ ନାରାୟଣ ମିଶ୍ର, ହେମନ୍ତ କୁମାର ପଣ୍ଡା ଖେଳ ଶିକ୍ଷକ, ଝରଣା ସାହୁ ଯୁକ୍ତ ତିନି ଆତ୍ମସୁରକ୍ଷା ସଂଯୋଜକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଯୁକ୍ତ ଦୁଇ ଛାତ୍ରୀ ସଂଘମିତ୍ରା ସାହୁ ଆତ୍ମସୁରକ୍ଷା ସଂଯୋଜକ ଧନ୍ଯବାଦ ଅର୍ପଣ କରିଥିଲେ। ଉକ୍ତ ଶିବିର ରେ ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ଆତ୍ମସୁରକ୍ଷା କୌଶଳ ପ୍ରର୍ଦଶନ କରିବା ସଙ୍ଗେ ସଙ୍ଗେ ହେମନ୍ତ କୁମାର ପଣ୍ଡା ଙ୍କ ନିର୍ଦ୍ଦେଶିତ ଏସିଡ ଏଟେକ୍ଟ ନାଟକ ପରିବେଷଣ କରିଥିଲେ ।ଏହି ନାଟକ ରେ ଆରତୀ ଭୁଏ ଙ୍କ ଅଭିନୟ ସମସ୍ତ ଙ୍କ ମନକୁ ଛୁଇଁ ଥିବା ବେଳେ ଛାତ୍ରୀ ବବିତା ଦଲେଇ ଙ୍କୁ ସମ୍ମାନିତ କରାଯାଇଥିଲା। ସମସ୍ତ ଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା

Leave A Reply

Your email address will not be published.