ଭବାନୀପାଟଣା (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଜିଲ୍ଲା ଯୋଜନା ବୋର୍ଡ ର ପରିସଂଖ୍ୟାନ ସମ୍ମିଳନୀ ଗୃହ ଠାରେ ଜିଲ୍ଲା ପ୍ରଶାସନ ଏବଂ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପୀରାମାଲ ର ମିଳିତ ଆନୁକୂଲ୍ୟରେ ଏକଦିବସିୟ ବାଳିକା ଶିକ୍ଷ୍ୟା ଓ ଏହାରି ଉପରେ ଆଧାରିତ ସ୍ଥାନୀୟ ଗଣମାଧ୍ୟମର ସ୍ୱର ଉପରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି ସଂଗଠନ କଳାହାଣ୍ଡି ଜିଲ୍ଲାର ୪୦ ଗୋଟି ପଞ୍ଚାୟତ ଏବଂ ୧୦୦ଗୋଟି ଅଙ୍ଗନବାଡି କେନ୍ଦ୍ର ମାନଙ୍କଠାରେ ବାଳିକା ଶିକ୍ଷ୍ୟା ଏବଂ ଯେଉଁ ବାଳିକା ମାନେ ବିଭିନ୍ନ କାରଣ ବଶତଃ ଅଧାରୁ ପାଠପଢା ଛାଡି ଚାଲିଯାଉଛନ୍ତି। ସେମାନଙ୍କୁ ଚି଼ହ୍ନଟ କରି ପୁନର୍ବାର ସେମାନଙ୍କୁ ପାଠରେ ମନନିବେଶ କରାଇବା ଏହାର ମୌଳିକ ଲକ୍ଷ୍ୟ।ଏହି ପୀରାମାଲ ସ୍ବେଛାସେବି ସଂଗଠନ ୨୦୧୮ ମସିହାରୁ କଳାହାଣ୍ଡି ଜିଲ୍ଲାର ଅତ୍ୟନ୍ତ ଉପାନ୍ତ ଅଞ୍ଚଳ ମାନଙ୍କରେ ତାର କାର୍ଯ୍ୟକ୍ରମ କରିଆସୁଛି। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର ନିମନ୍ତେ ଗଣମାଧ୍ୟମ ର ଏକ ବଳିଷ୍ଠ ଭୂମିକା ଅଛି। ଏଣୁ ପ୍ରଚାର ପ୍ରସାର ମାଧ୍ୟମରେ ବ୍ୟାପକ ଜନସଚେତନତା ସୃଷ୍ଟି ହୋଇପାରିଲେ ଯାଇ ଏକ ସୁସ୍ଥ ସମାଜ ଗଠନ ହେବା ସଂଗେ ସଂଗେ ଦେଶଯିବ ଆଗେଇ |ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ।ଠିକ ସେହିଭଳି ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଉମାଶଙ୍କର କର,ଥୁଆମୂଳ ରାମପୁର ସରପଞ୍ଚ ବଳଭଦ୍ର ଯାନୀ, ପିରାମାଲ ର ମୁଖ୍ୟ ଶ୍ରୀଯୁକ୍ତ ବି ଏନ ଦୁର୍ଗା, ଶ୍ରୀଯୁକ୍ତ ଜୟ ଡେନିଆଲ ଏବଂ ମିସ ଅଞ୍ଜଳି ପ୍ରମୁଖ ମଞ୍ଚାସିନ ଥିଲେ। ଉକ୍ତ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାର ବହୁ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ସଭା ଶେଷରେ ସାମ୍ବାଦିକ ମାନଙ୍କ ସହ ଜିଲ୍ଲାର ସମସ୍ୟା ଉପରେ ଆଧାରିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା ନିମନ୍ତେ ପୀରମାଲ ର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.