ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗଞ୍ଜାମ ଜିଲ୍ଳା ସମଗ୍ର ଶିକ୍ଷାର ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ବ୍ଳକ୍ ରେ ଦୁଇ ପର୍ଯ୍ୟାୟ ଡାଫୋଡିଲ୍ ଏବଂ ଗଣିତାମୃତ ତାଲିମ୍ ଶିବିର ଉଦଯାପିତ
ହୋଇଯାଇଛି I ଗଣିତ ବିଷୟ ପାଇଁ ଗଣିତାମୃତ ତାଲିମ୍ ବେଲଗୁଣ୍ଠା ବ୍ଳକ୍ ର ଗୋବରା ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବେଲଗୁଣ୍ଠା ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବେଳେ ଗୋବରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୋକଲୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଇଁରାଜୀ ବିଷୟରେ ଡ଼ାଫୋଡିଲ୍ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ଗଣିତ ସାଧନ କର୍ମୀ ଭାବେ ସିଆରସିସି ଛାୟାକାନ୍ତ ମହାପାତ୍ର, ହରେକୃଷ୍ଣ ଶତପଥି, ରମେଶ ଚନ୍ଦ୍ର ପାଣିଗ୍ରାହୀ,ସନ୍ତୋଷ ନାୟକ, ଶିକ୍ଷକ କେଦାର ନାଥ ନାୟକ ଏବଂ ଅମରେନ୍ଦ୍ର ନନ୍ଦ ଗଣିତାମୃତ ତାଲିମ୍ ପ୍ରଦାନ କରିଥିବା ବେଳେ ଶିକ୍ଷକ ନରେଶ ବ୍ରହ୍ମା, ପ୍ରସନ୍ନ କୁମାର ପ୍ରଧାନ, ପ୍ରସନ୍ନ କୁମାର ପ୍ରଧାନ, ସତ୍ୟନାରାୟଣ ପ୍ରଧାନ,କାର୍ତ୍ତିକ ସେଠୀ, ପ୍ରସନ୍ନ କୁମାର ପ୍ରଧାନ ଡ଼ାଫୋଡିଲ୍ ତାଲିମ୍ ପ୍ରଦାନ କରିଥିଲେ I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ ତାଲିମ୍ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରି ତାଲିମ୍ ଶିବିରରେ ଗ୍ରହଣ କରିଥିବା ଜ୍ଞାନକୁ ବିଦ୍ୟାଳୟ କ୍ଷେତ୍ରରେ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ I ବ୍ଳକ୍ ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଏହି ତାଲିମ୍ ଗ୍ରହଣ କରିଥିଲେ I ସିଆରସିସି ବିଦେଶୀ ବାଡ଼ତ୍ୟା,ନୀଳକଣ୍ଠ ନନ୍ଦ, ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ମନୋଜ କୁମାର ପଟ୍ଟନାୟକ ତାଲିମ୍ କେନ୍ଦ୍ର ଗୁଡ଼ିକୁ ପରିଚାଳନା କରିଥିଲେ I
Sign in
Sign in
Recover your password.
A password will be e-mailed to you.