ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ତଥା ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ଡଃ ଗୁରୁମୁ୍ର୍ତି ନାୟକଙ୍କ ଆଜି ଭୋରରେ ପରଲୋକ ଘଟିଛି ।ସେ ବେଲଗୁଣ୍ଠା ମହାବିଦ୍ୟାଳୟରେ ଓଡିଆ, ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ ।ଗତ କିଛି ଦିନ ହେଲା ସେ ଅସୁସ୍ଥ ସୋଇ ନିଜ ଘର ବେଲଗୁଣ୍ଠା ବ୍ଳକ ପାଇଲିପଡା ପଞ୍ଚାୟତ ଜାଲଖାଇସ୍ଥିତ ବାସଗୃହରେ ଚିକିତ୍ସିତ ହେଉଥିଲେ । ଗତକାଲି ସ୍ୱର୍ଗତ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଆଜି ଭୋର୍ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ୫୪ ବର୍ଷ ହୋଇଥିଲା । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।ନିଜ ଗ୍ରାମ ଜାଲଖାଇରେ ତାଙ୍କ ଶେଷକୃତ୍ୟ ସମ୍ପର୍ନ୍ନ ହୋଇଛି।
ସେ ଏକାଧାରରେ ଜଣେ ବିଶିଷ୍ଟ ଶିକ୍ଷାବିତ୍, ପ୍ରାବନ୍ଧିକ,ସାହିତ୍ୟିକ କବି ଭାବେ ଅଞ୍ଚଳରେ ପରିଚିତି ଥିଲେ । ବେଲଗୁଣ୍ଠା ସାହିତ୍ୟ ଘରର ସମ୍ପାଦକ ଥିବା ବେଳେ ଓଡିଆ, ଭାଷା ସାହିତ୍ୟ ସହିତ ଜଡିତ ଅନେକ ଅନୁଷ୍ଠାନ ସହିତ ସଂପୃକ୍ତ ଥିଲେ । ଓଡ଼ିଆ ଭାଷା ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଆଲୋଚନା ହେଉଛି ।ସେ ଜଣେ ଛାତ୍ରବତ୍ସଳ, ପରୋପକାରୀ, ମିଷ୍ଟଭାଷୀ ବ୍ୟକ୍ତିତ୍ଵ ଭାବେ ସମସ୍ତଙ୍କ ପ୍ରିୟ ଥିଲେ । ତାଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲା ସାହିତ୍ୟ ଆକାଶରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ଚର୍ଚ୍ଚା ହେଉଥିବା ବେଳେ ତାଙ୍କ କଲେଜ ସହକର୍ମୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ନାୟକଙ୍କ ଅକାଳ ମୃତ୍ୟୁକୁ ସମସ୍ତେ ବିଶ୍ୱାସ କରୁ ନ ଥିବା ବେଳେ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି । ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି,ଉପ ସଭାପତି ପ୍ରଭାତ କୁମାର ସାହୁ,ସହ ସମ୍ପାଦକ ସରୋଜ ଶତପଥୀ, କୋଷାଧ୍ୟକ୍ଷ ବିଭୁପାଦ ଜେନାଙ୍କ ସମେତ ସମସ୍ତ ସଦସ୍ୟ, କଲେଜ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ ସହକର୍ମୀ,ବେଲଗୁଣ୍ଠା ଅଞ୍ଚଳର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି, ପୁର୍ବତନ ଛାତ୍ରଛାତ୍ରୀ ତଥା କ୍ଳବ ୯୯ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.