ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୨/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଆଦିବାସୀଙ୍କ ପାରମ୍ପାରିକ ମାଘ ମଣ୍ଡେଇ ଯାତ୍ରା ହର୍ଷ ଉଲ୍ଲାସ ର ସହ ପାଳିତ ହୋଇଯାଇଛି। ମାଘ ମାସରେ ଏହି ଯାତ୍ରା ଅନୁଷ୍ଠିତ ହେଉ ଥିବାରୁ ଏହାକୁ ମାଘ ମଣ୍ଡେଇ ଯାତ୍ରା ବୋଲି କୁହା ଯାଇଥାଏ। ମାଘ ମଣ୍ଡେଇ ପାଇଁ ଗତକାଲି ଠାରୁ ଡାବୁଗାଁ ଚଳଚଞ୍ଚଳ ହୋଇଥିଲା। କେଉଁ ଅନାଦି କାଳରୁ ଚାଲି ଆସୁଥିବା ଏହି ମାଘ ମଣ୍ଡେଇ ଯାତ୍ରା ପୂର୍ବଦିନ ଅପରାହ୍ନରେ ଡାବୁଗାଁ ର ଆରାଧ୍ୟ ଦେବତା ଭୈରବ ଙ୍କ ନିକଟରେ ଗ୍ରାମ ର ବିଭିନ୍ନ ସାହି ରୁ ଅଣା ଯାଇଥିବା ଛେଳି, ମେଣ୍ଢା , କୁକୁଡା, ବତକ ଆଦି ବଳି ଦିଆଯାଇଥାଏ। ପରେ ତାହାକୁ ଭୋଗ ଆକାରରେ ବାହାରେ ରୋଷେଇ କରି ଖାଇବା ପ୍ରଥା ରହିଛି। ବିଭିନ୍ନ ମାନସିକ ଧାରି ମାନେ ବାବା ଭୈରବ ମନ୍ଦିରରେ ଆସି ପୂଜାର୍ଚ୍ଚନା କରିଥିଲେ। ଆଜି ଆଦିବାସୀଙ୍କ ପାରମ୍ପାରିକ ମାଘ ମଣ୍ଡେଇ ଯାତ୍ରା ପାଳନ କରାଯାଇଥିଲା। ପ୍ରାୟ ୩୦ ଖଣ୍ଡ ଗ୍ରାମ ରୁ ଦେବାଦେବୀ ସହ ଲାଠି, ପାଲିଙ୍କି, କୁର୍ସୀ ,ଶିରା, ଦିସାରୀ ଓ ପୂଜାରୀ ନିମନ୍ତ୍ରିତ ହୋଇ ଆଜି ଡାବୁଗାଁ ଦୂଲ୍ଲାର ଦେଇ ଗୁଡି ଠାରେ ଏକତ୍ରିତ ହୋଇଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ମା ଠାକୁରାଣୀ ମନ୍ଦିର ରେ ପହଞ୍ଚିଥିଲେ। ବିଭିନ୍ନ ଗ୍ରାମ ରୁ ଆସିଥିବା ଦେବାଦେବୀ ଆଦିବାସୀଙ୍କ ପାରମ୍ପାରିକ ଅଳଙ୍କାର ଓ ବେଶଭୂଷା ହୋଇ ଲାଠି,ପାଲିଙ୍କି, ବିମାନ ସହ ଏକ ବିରାଟ ପଟୁଆର ରେ ଅପରାହ୍ନ ୫ ଘଣ୍ଟ ସମୟରେ ଡାବୁଗାଁ ସାପ୍ତାହିକ ହାଟ ପରିକ୍ରମା କରିଥିଲେ। ଦେବାଦେବୀ ଙ୍କୁ ଅତି ନିକଟରୁ ଦର୍ଶନ ଓ ଆଶୀର୍ବାଦ ପାଇବା ପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ସହ ସହ ସଂଖ୍ୟାରେ ଶ୍ରଦ୍ଧାଳୁ ଅପେକ୍ଷା କରିଥିଲେ। ଦେବାଦେବୀ ଗାଁ ଦାଣ୍ଡରେ ଚାଲିଲେ ସୁଖ ଶାନ୍ତି ବଜାୟ ରହିବା ସହ ଗ୍ରାମରେ ଅକାଳ ଓ କୌଣସି ମହାମାରୀ ପ୍ରବେଶ କରିବ ନାହିଁ ବୋଲି ଲୋକଙ୍କ ମନରେ ଏବେ ସୁଦ୍ଧା ବିଶ୍ୱାସ ରହିଛି। ସାପ୍ତାହିକ ଗୁରୁବାର ହାଟରେ ପରିକ୍ରମା ପରେ ଦେବାଦେବୀ ଦାବାଦେଇ ଗୁଡି ହୋଇ ଭୈରବ ମନ୍ଦିରରେ ପହଞ୍ଚି ଥିଲେ। ମଣ୍ଡେଇ ଯାତ୍ରା ରେ ଲୋକଙ୍କ ମନୋରଞ୍ଜନ ପାଇଁ ମଣ୍ଡେଇ କମିଟି ତରଫରୁ ଆଜି ରାତ୍ର ଦୁଇଟି ଦେଶିଆ ନାଟକ ଅନୁଷ୍ଠିତ ହେବ। ଆସନ୍ତାକାଲି ବାସି ମଣ୍ଡେଇ ରେ ବିଭିନ୍ନ ଗ୍ରାମରୁ ଆସିଥିବା ଶିରା, ପୂଜାରୀ ମାନଙ୍କୁ କମିଟି ତରଫରୁ ସମ୍ମାନିତ କରିବା ପରେ ସମସ୍ତେ ନିଜ ନିଜ ନିଜ ଗ୍ରାମ କୁ ଫେରିଯିବେ। ମଣ୍ଡେଇ ପରିଚାଳନା କମିଟି ର ସଭାପତି ତଥା ଡାବୁଗାଁ ସରପଞ୍ଚ ବିନୋଦ ସୌରା, ଉପ ସଭାପତି ସତ୍ୟ ରଞ୍ଜନ ପାତ୍ର , ସମ୍ପାଦକ ଡଙ୍ଗରି ଗୁଡା ସରପଞ୍ଚ ରାମ କୁମାର ଗଣ୍ଡ,ସହ ସମ୍ପାଦକ ସୁରେନ୍ଦ୍ର ରେଲି, କୋଷାଧ୍ୟକ୍ଷ ଆର ଶଙ୍କର ରାଓ, ତଥା କମିଟି ସଭ୍ୟ ରଘୁନାଥ ପାତ୍ର, ତାରିଣୀ ରେଲି , ଟୁନା ଭାଟ୍ଟ ମଣ୍ଡେଇ ଯାତ୍ରା ପରିଚାଳନା କରିଥିବା ବେଳେ ଆଜି ମଣ୍ଡେଇ ଯାତ୍ରା ରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ପ୍ରକାଶ ପଣ୍ଡା, ବାବୀ ଜେନା, ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଡାବୁଗାଁ ପୁଲିସ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post