ପାଣି କୁଣ୍ଡରେ ବୁଡି ଯୁବକ ଙ୍କ ମୃତ୍ୟୁ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୨/୦୨/୨୪ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଡୁମୁଣି ଗୁଡା ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା। ଜଣେ ଯୁବକ ଆଜି ସକାଳେ ଶୌଚ ପାଇଁ ଯାଇ ନିଜ ଘର ପଛ ପାଖରେ ଥିବା ପାଣି କୁଣ୍ଡ (ଛୋଟ କୁଅଁ) ରେ ପଡି ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ ଡୁମୁଣି ଗୁଡା ଗ୍ରାମ ର ଟଙ୍କଧର ଜାନି (୩୫) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ଡୁମୁଣି ଗୁଡା ଗ୍ରାମ ର ଟଙ୍କଧର ଜାନି (୩୫) ଆଜି ସକାଳ ୭ ଘଣ୍ଟ ସମୟରେ ଶୌଚ ପାଇଁ ନିଜ ଘର ପଛ ରେ ଯାଇଥିଲେ। ତେବେ ଘର ପଛରେ ଥିବା ଏକ ପାଣି କୁଣ୍ଡ (ଛୋଟ କୁଅଁ) ରେ ଅସାବଧାନତା ବଶତଃ ଟଙ୍କଧର ଖସି ଯାଇଥିଲେ। ଏବଂ ପାଣି ରେ ବୁଡି ତାଙ୍କର ମୃତ୍ୟୁ ଘଟିଥିଲା।ଶୌଚ ପାଇଁ ଯାଇଥିବା ଟଙ୍କଧର ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ତେବେ ଦିନ ପ୍ରାୟ ୧୧ ଘଣ୍ଟ ସମୟରେ ଟଙ୍କଧର ପାଣି କୁଣ୍ଡ (ଛୋଟ କୁଅଁ)ରେ ପଡି ଭାସୁଥିବା ପରିବାର ଲୋକେ ଦେଖିବା ପରେ କୁଅଁ ମଧ୍ୟରୁ ଟଙ୍କଧର କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଟଙ୍କଧର ମୃତ୍ୟୁ ବରଣ କରିଥିବା କହିଥିଲେ। ପରେ ମୃତ ଟଙ୍କଧର ର ସ୍ତ୍ରୀ ସୁଶୀଳା ମାଝୀ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ। ପୁଲିସ ଏ ନେଇ କେସ ନ ୧୧/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଥିଲେ। ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ତଦନ୍ତ କାରି ପୁଲିସ ଏସ ଆଇ ବିଜୁରାମ ବାଘ ପ୍ରକାଶ କରିଛନ୍ତି। ଟଙ୍କଧର ଜାନି ପେଶାରେ ଏକ ଡ୍ରାଇଭର ଥିବା ବେଳେ ସ୍ତ୍ରୀ ସହ ଦୁଇ ଝିଅ ଓ ଗୋଟିଏ ପୁଅ ରହିଛନ୍ତି। ତାଙ୍କ ର ଏଭଳି ବିୟୋଗ ରେ ଗ୍ରାମ ରେ ଶୋକ ର ଛାୟା ଖେଳି ଯାଇଛି।

Leave A Reply

Your email address will not be published.