(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସମଗ୍ର ଶିକ୍ଷା କଟକ ଙ୍କ ସହାୟତାରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଆନୁକୂଲ୍ୟରେ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ନେମାଳ ପଡ଼ିଆ ଠାରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି l ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ କୁମାର ପାତ୍ର ଙ୍କ ସଂଯୋଜନାରେ ଏହି ଶିବିରକୁ ବିଡ଼ିଓ ଧର୍ମରଂଜନ ପଣ୍ଡା ଉଦଘାଟନ କରିଥିଲେ l ଏଥିରେ ବ୍ଳକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ଜିଲ୍ଲାପରିଷଦ ସଭ୍ୟ ଇଂ.ବିଳାସ ଭୋଇ, ଯୁବନେତା ମନୋଜ ସେଠିଙ୍କ ସମେତ ବହୁ ସରପଞ୍ଚ ଓ ନେତୃମଣ୍ଡଳୀ ଯୋଗ ଦେଇଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରାନନ୍ଦ ବେଉରାଙ୍କ ନିର୍ଦ୍ଦେଶ କ୍ରମେ କଟକ ବଡ଼ ମେଡ଼ିକାଲର ବିଭିନ୍ନ ବିଭାଗର ୮ଜଣ ଡ଼ାକ୍ତରଙ୍କ ଦ୍ଵାରା ମୋଟ ୫୪୧ ଅକ୍ଷମ ମାନଙ୍କୁ ସାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରାଯାଇଛି । ଏଥିରେ ଅସ୍ଥିଶଲ୍ୟ ବିଭାଗରେ ୨୪୦ଜଣ, ମାନସିକ ଅନଗ୍ରସର ବିଭାଗରେ ୧୦୯ଜଣ, ଶ୍ରବଣ ବାଧକ ବିଭାଗରେ ୮୫ଜଣ, ଦୃଶ୍ୟ ବାଧକ ବିଭାଗରେ ୭୧ଜଣ, ସ୍ନାୟୁ ବିଭାଗରେ ୩୬ଜଣଙ୍କୁ ପରୀକ୍ଷା ନିରୀକ୍ଷା କରାଯାଇଥିଲେ ମଧ୍ୟ କାହାରିକୁ ତତ୍କାଳ ପ୍ରମାଣପତ୍ର ଦିଆଯାଇନାହିଁ । ନିୟମାନୁସାରେ ଆବେଦନ କରିଥିବା ଏକ ଜଣକୁ ଆୟଗତ ପ୍ରମାଣପତ୍ର, ୫ଜଣଙ୍କୁ ରିହାତି ଋଣ ପ୍ରଦାନ ପାଇଁ ଆବେଦନ ପତ୍ର, ୨୩ଜଣଙ୍କୁ ବସପାସ୍ ପ୍ରଦାନ କରାଯାଇଥିବା ବେଳେ ୩୨ଜଣ ଭିନ୍ନକ୍ଷମଙ୍କୁ କୌଶଳ ବିକାଶ କାର୍ଯ୍ୟକ୍ରମରେ ତାଲିମ ପାଇଁ ଫର୍ମ ପୂରଣ କରାଯାଇ ରଖାଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସରୋଜକାନ୍ତ ସାହୁ ଶିବିର ପରିଦର୍ଶନ କରି ଚଦାରଖ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜିକା ଇତିଶ୍ରୀ ରାଉତଙ୍କ ତତ୍ବାବଧାନରେ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧୁକାରୀ,ଅଙ୍ଗନଓ୍ବାଡ଼ି କର୍ମୀ ଓ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.