ଓଡଗାଁ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ:ଓଡଗାଁ ବ୍ଲକରୁ ୩୮ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ

0

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର ) ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ଅନ୍ୱେଷଣ ଓ ବିକଶିତ କରି ସେମାନଙ୍କ ମନରେ ଉତ୍ସାହ ସୃଷ୍ଟି  କରିବା ସହିତ ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପଦାନ କରିବା ଉଦେଶ୍ୟରେ ଓଡଗାଁ ବ୍ଲକ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଆଜି ନନ୍ଦିଘୋର ଜବାହାରଲାଲ ବିଦ୍ୟାପୀଠ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୫ଟି କ୍ଲଷ୍ଟରର ୨୩୫ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୩୮ଜଣ ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ପିଲାଙ୍କ ମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ,  କୁଇଜ୍, ସୃଜନଶୀଳ ଲିଖନ, ସଂଙ୍ଗୀତ,  ବକ୍ତୃତା ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସିନିୟର ବିଭାଗର ବିଭୂତି ଭୂଷଣ ସେଠୀ, ସୁନିତା କୁମାରୀ ପଣ୍ଡା,  ଆଶିଷ କୁମାର ଦାଶ, ଅମ୍ରିତା ପରିଡା, ଶ୍ରଦ୍ଧାଞ୍ଜଳି ପ୍ରଧାନ, ନନ୍ଦିନୀ ଡାକୁଆ, ଶୁଭଲକ୍ଷ୍ମୀ ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଜୁନିୟର ବିଭାଗରେ ତୁଳସୀ ପ୍ରଧାନ, ଭାରତୀ ମହାପାତ୍ର, ସଞ୍ଜୀବ କୁମାର ରଣଜିତ୍, ଶୁଭସ୍ମିତା ସାନବଡ, ସୈାମ୍ୟକ ସୈାମ୍ୟଜିତ୍ ମିଶ୍ର, ଆୟୁସ୍ ରୋସନ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟର ଅନୁଷ୍ଠିତ ଚିତ୍ରାଙ୍କନ  ପ୍ରତିଯୋଗିତାରେ ଲକ୍ଷ୍ମୀପ୍ରିୟା ଦାଶ, ମଧ୍ୟାନ୍ନ ଭୋଜନରେ ସଂପର୍କିତ କଳା ପ୍ରତିଯୋଗିତାରେ ଆଦିତ୍ୟ କୁମାର ନାହାକ ଓ ଦଳଗତ ସାଂସ୍କୃତିକ ପ୍ରତିଯୋଗିତାରେ ଶିଖରପୁର ଦଧିବାମନ ଜିଉ ହାଇସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତିରଣ ଉତ୍ସବରେ ସ୍ଥାନୀୟ ସରପଂଚ ଶ୍ୱେତାଲିନା ମିଶ୍ର ମୁଖ୍ୟ ଅତିଥି, କବି ଗୋଦାବରୀଶ ମିଶ୍ର ମୁଖ୍ୟବକ୍ତା, ଏବିଇଓ ଦ୍ୱିଜରାଜ ନାୟକ, ସଦାଶିବ ପାତ୍ର, ଭାଗ୍ୟଲତା ଦାଶ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର ସମ୍ମାନୀତ ଅତିଥିଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ସମସ୍ତ ସିଆରସିସି ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 

Leave A Reply

Your email address will not be published.