ବିଜେପି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା

0

ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : ଵୋଡେନ ବ୍ଲକ ସମ୍ମୁଖ ରେ ଭାରତୀୟ ଜନତା ପାର୍ଟି ତରଫ ରୁ ମରୁଡି ସହାୟତା ଯୋଗାଇଦେବାକୁ ଏବଂ ଦୁର୍ନୀତି ଦୁର କରିବା ତଥା ଅଂଚଳରେ ପ୍ରତିବର୍ଷ ହେଉଥିବା ମରୁଡି ର ନିରାକରଣ ପାଈଁ ଉଦନ୍ତି ବେରେଜ୍ ନିର୍ମାଣ କରିବାକୁ ସ୍ୱର ଉତ୍ତୋଳନ କରିଥିଲେ । ଵୋଡେନ ବିଡ଼ିଓ ମନୋଜ କୁମାର ମହାନ୍ତି ଏବଂ ତହସିଲଦାର ନବକିଶୋର ସାହୁ ଙ୍କୁ ଜନତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ କହିଥିଲେ । ଏହିପରି ରାଜ୍ୟସରକାର ଙ୍କ ଅସଲ ଚେହେରା ଜନତାଙ୍କ ସମ୍ମୁଖ କୁ ଅଣା ଯିବ ବୋଲି ବିକ୍ଷୋଭ ପ୍ରଦର୍ଶନ କରୁ ଥିବା ସହସ୍ର ଲୋକ କହି ଥିଲେ ।ବିକ୍ଷୋଭ ପ୍ରଦର୍ଶନ ସଭା ରେ ଖଡ଼ିଆଳ ବିଧାୟକ ଦୁର୍ଯ୍ୟୋଧନ ମାଝି ,ବିରେନ୍ଦ୍ର ପ୍ରତାପ ସିଂହ ମାଝି ,ସଂଜୟ ତିବାରି ,ବେଣୁଧର ଜଗତ ,ଅନ୍ତରାମ ଚିନ୍ଦା ,କିଶୋର ଚନ୍ଦ୍ର ନାଗ, ଥବିରାମ ପାଣ୍ଡେ ,ଅତିନ୍ଦ୍ର ଜିତ୍ ସିଂ ,ବିଜୟ କୁମାର ,ଶଙ୍କର ବେହେରା ଏବଂ କୀର୍ତ୍ତନ ବାଗ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ଅପାରଗ ଅଟେ ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଥାଉ କୀ ଭାରତୀୟ ଜନତା ପାର୍ଟି ତରଫ ରୁ ରାଜ୍ୟ ବ୍ୟାପି ବ୍ଲକ ଘେରାଓ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ସିନାପାଳି ବ୍ଲକ ସମ୍ମୁଖ ରେ ମଧ୍ୟ ସମାନ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତକାଲି ଖଡ଼ିଆଳ ବ୍ଲକ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ ସହିତ ଆଗାମୀ ଦିନରେ ଜିଲ୍ଲା ର କୋଣ ଅନୁକୋଣରେ ଲୋକଙ୍କ ପାଖରେ ପହଞ୍ଚି ରାଜ୍ୟସରକାର ଙ୍କ ଦୁର୍ନୀତି ସମ୍ପର୍କରେ ଅବଗତ କରାଇବା ପାଈଁ ଦଳ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.