ବଡ଼ବିଲରେ କ୍ୟାମ୍ପ କୋର୍ଟକୁ ଆଇନଜୀବୀ ସଙ୍ଘର ବିରୋଧ

0

ବଡ଼ବିଲ(ଶାସକ ପ୍ରଶାସକ) ବଡ଼ବିଲ ସବଜେଲରେ କ୍ୟାମ୍ପ କୋର୍ଟକୁ ଆଜି ଆଇନଜୀବୀ ସଂଘ ବିରୋଧ କରିଛି। ଗତକାଲି ସବଜେଲରେ କ୍ୟାମ୍ପ କୋର୍ଟ ବସାଯାଇ ୭ ଜଣ ବିଚାରଧୀନ କଏଦୀଙ୍କୁ ଜାମିନ ମଞ୍ଜୁର କରାଯାଇଥିଲା। ତେବେ ଆଜି ଆଇନଜୀବୀମାନେ ବିରୋଧ ପ୍ରଦର୍ଶନ କରିବା ସହ ଜଜଙ୍କୁ ଜେଲ ଭିତରକୁ ଯିବାକୁ ଦେଇ ନଥିଲେ । ଫଳରେ ଜଜଙ୍କୁ ଫେରିଯିବାକୁ ପଡିଥିଲା। ଏହାପରେ ବିରୋଧ ପ୍ରଦର୍ଶନ କରୁଥିବା ଆଇନଜୀବୀମାନେ ସେଠାରୁ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ପୋଲିସ ସୁରକ୍ଷା ମଧ୍ୟରେ ବଡ଼ବିଲ ଜେ ଏମ୍ ଏଫ ସି କୋର୍ଟ ଜଜ ଆଲୋକ ପଣ୍ଡା ସବ ଜେଲକୁ ଯାଇ କ୍ୟାମ୍ପ କୋର୍ଟ ଆରମ୍ଭ କରିଥିଲେ। ବଡ଼ବିଲ ଏସ ଡ଼ି ପି ଓ ରାହୁଲ ଜୈନ ଜେଲ ପରିସରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ବଡ଼ବିଲ ଥାନାଧିକାରୀ ଅନୀଲ ପ୍ରଧାନଙ୍କ ସହିତ ପୋଲିସ ବାହିନୀ ଜେଲ ବାହାରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.