ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସର ରେ ଆଜି ସୁନ୍ଦରଗଡ଼ ଜିଲ୍ଲା ର ବିଭିନ୍ନ ସ୍ତର ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇ ଯାଇଅଛି।
ଏହି ଅବସର ରେ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବା ସହିତ ଆଭାସି ମାଧ୍ୟମରେ ସମ୍ମିଳନୀ ର ସିଧା ପ୍ରସାରଣ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ଼ା ପରାଗ ଗଭାଲି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ଅଭିମନ୍ୟୁ ମାଝୀ, ସଦର ଉପ ଜିଲ୍ଲାପାଳ ଶ୍ରୀ ଦାସରଥି ସରାବୁ, ସଦର ତହସିଲଦାର ଶ୍ରୀ କୁଳମଣି
ରଣବିଡ଼ା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପବିତ୍ର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ ଏବଂ ପରେ ପରେ ଆଭାସି ମାଧ୍ୟମରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏହି ସମ୍ମିଳନୀ ର ସିଧା ପ୍ରସାରଣ କରାଯାଇଥିଲା।
ସେହିପରି ଏହି ଅବସର ରେ ଜିଲ୍ଲା ରେ ଥିବା ବରପୁତ୍ର ମାନଂକ ପ୍ରତିମୂର୍ତ୍ତୀ ମାନଙ୍କରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସ୍ଥାନୀୟ ବିକାଶ ଭବନ ଠାରେ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଓଡ଼ିଆ କବି ସମ୍ମିଳନୀ ଆୟୋଜିତ ହୋଇଯାଇଅଛି। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଅଂଶ ଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ପ୍ରତି ଅବଦାନ ଥିବା ବ୍ୟକ୍ତିତ୍ଵ ମାନଙ୍କୁ ଏହି ଉପଲକ୍ଷେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଏହି ଅବସର ରେ ଜିଲ୍ଲା ର ସମସ୍ତ କାର୍ଯ୍ୟାଳୟ, ସମସ୍ତ ବ୍ଲକ୍, ସମସ୍ତ ତହସିଲ, ସମସ୍ତ ମ୍ୟୁନିସପାଲିଟି, ଗ୍ରାମ ପଞ୍ଚାୟତ ଅଞ୍ଚଳ ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା ଏବଂ ସମ୍ମିଳନୀ ର ସିଧା ପ୍ରସାରଣ ମଧ୍ୟ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.