ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କାର୍ଯ୍ୟକ୍ରମ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶାନୁଯାୟୀ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସମଗ୍ର ଓଡିଶାରେ ଆଜି ଦିନ ୧୧ଟା ବେଳେ ସମସ୍ବରରେ ଉତ୍କଳର ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” କୁ ଶ୍ରଦ୍ଧା ତଥା ଗରିମାର ସହ ସମୁହ ଗାନ କରିବା ଉଦ୍ଦେଶ୍ୟରେ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାକୁ ସାକାର କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ତତ୍ତ୍ବାବଧାନରେ ଉତ୍କଳ ନିର୍ମାତା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବାପରେ ସମସ୍ତ ଅଧ୍ୟାପିକା , ଅଧ୍ୟାପକ, କର୍ମଚାରୀ ଓ ଛାତ୍ରୀମାନେ ଛିଡା ହୋଇ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ।
ଏହା ପରେ ଓଡିଶା ସରକାରଙ୍କ ତରଫରୁ ପ୍ରସାରିତ ହେଉଥିବା ଆଜିର କାର୍ଯ୍ୟକ୍ରମକୁ ଟିଭି ପରଦା ଉପରେ ପ୍ରଦର୍ଶନ କରାଯାଇଥିଲା ଯାହା କି ସମସ୍ତେ ଉପଭୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.