ଜଗତସିଂହପୁର,ତା-୦୩.୦୨.୨୦୨୪/ସୁମନ୍ତ କୁମାର ଦାସ: ସ୍ଥାନୀୟ ଆଶ୍ରମପାଟଣାସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ ସହିତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି I ଏହି ଉତ୍ସବରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଦାଶ ଏବଂ ପରିଚାଳନା କମିଟିର ଅନ୍ୟତମ ସଦସ୍ୟ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ କାନୁନଗୋଙ୍କୁ ଉପଢୌକନ ପ୍ରଦାନ ସହିତ ସମ୍ମାନିତ କରାଯାଇଥିଲା I ଏହି ଉତ୍ସବକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ୍ୟ ରବିନାରାୟଣ ରଥ ପରିଚାଳନା କରିଥିଲେ I ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ