ନୂଆ-ଓ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଆଶ୍ରମ ପାଟଣା ଭଲିବଲ ୟୁନିୟନ ବାଳିକା ଦଳ ଦ୍ୱିତୀୟ ସ୍ଥାନ ଅଧିକାର

0

ଜଗତସିଂହପୁର,ତା-୦୩.୦୨.୨୦୨୪/ସୁମନ୍ତ କୁମାର ଦାସ: ଆଶ୍ରମପାଟଣା ଭଲିବଲ ୟୁନିୟନ୍ ନୂଆ “ଓ ” ଯୁବ ଓଡିଶା, ନବୀନ ଓଡିଶାର ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଆଶ୍ରମ ପାଟଣା ଭଲିବଲ ୟୁନିୟନ ବାଳିକା ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ଅନୁଷ୍ଠାନକୁ ଗୌରାବାନ୍ୱିତ କରିଛନ୍ତି l ଅଧିନାୟକ ପାୟଲ କାଣ୍ଡିଙ୍କ ନେତୃତ୍ୱରେ ଦଳର ସଫଳତାକୁ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ବିଜୟ କୁମାର ପତି, କୋଷାଧକ୍ଷ ସମ୍ପଦ ବେହେରା କ୍ରୀଡ଼ାବିତ ମାନଙ୍କୁ କୃତଜ୍ଞତା ଜଣାଇ ସରକାରଙ୍କୁ ଅଧିକ ପ୍ରୋତ୍ସାହନ ପାଇଁ ଅନୁରୋଧ କରିଛନ୍ତି l ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟାଙ୍କ ସମେତ ଟିମ ମ୍ୟାନେଜର ଓ ସମସ୍ତ ବରିଷ୍ଠ ସଦସ୍ୟ ଏହି ବିଜୟ ପାଇଁ କ୍ରୀଡାବିତ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l

Leave A Reply

Your email address will not be published.