ମା ଲକ୍ଷ୍ମୀ ପୂଜା ଦ୍ୱାରା ସଂସ୍କୃତି ,ପରମ୍ପରା ଓ ଚଳଣୀ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ

0

ଯାଜପୁର(ଜୟଶଙ୍କର ଦାଶ) ମା ଲକ୍ଷ୍ମୀ ପୂଜା ଦ୍ୱାରା ସଂସ୍କୃତି, ପରମ୍ପରା ଓ ଚଳଣୀ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ । ଏହାର ପୂଜାବିଧି, ନୀତି ନିୟମ ଓ ବିଚାରଧାରା ଏକ ସୁସ୍ଥ, ସମୃଦ୍ଧ, ସ୍ୱଚ୍ଛ, ଶୃଙ୍ଖଳିତ ବ୍ୟକ୍ତି, ପରିବାର ଓ ସମାଜ ସୃଷ୍ଟି କରିବା ପାଇଁ ମାର୍ଗ ଦର୍ଶକ ହୋଇଥାଏ ବୋଲି ଧର୍ମଶାଳାର ପଟୁଣିଆରେ ଅନୁଷ୍ଠିତ ହେଉଥିବା ଐତିହାସିକ ମା ଗଜଲକ୍ଷ୍ମୀ ପୂଜା ମହୋସôବରେ ମତ ପ୍ରକାଶ ପାଇଛି । ଶନିବାର ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିବା ସହ ଉପରୋକ୍ତ ମତ ପ୍ରକାଶ କରିଛନ୍ତି । ସେ କହିଥିଲେ ଯେ, ଯେମିତି କର୍ମ ସେମିତି ଫଳ ପାଇବାର ଶିକ୍ଷା ଆମ ଧର୍ମ ଓ ସଂସ୍କୃତି ଦେଇ ପ୍ରତିଟି ମଣିଷକୁ ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ଜଗତର ନିଜ ସାଧ୍ୟ ମତେ ମଙ୍ଗଳ କରିବାର ପ୍ରେରଣା ଦେଇଛି । ବ୍ୟକ୍ତିସ୍ୱାର୍ଥରୁ ଉଦ୍ଧ୍ୱର୍କୁ ଉଠି ସମୁହ ଅନୁଷ୍ଠାନ କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟ କରିବାର ମହାନତା କେବଳ ମଣିଷ ପଣିଆ ଥିବା ମଣିଷଠାରୁ ଆଶା କରାଯାଏ । ସେଥିପାଇଁ ଏଠାରେ ଏଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟ ଆରମ୍ବ କରିଥିବା ଏବଂ ଏହାକୁ ଅଧିକ ଆଗେଇ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇଥିଲେ । ପ୍ରହ୍ଲାଦ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସର୍ବଶ୍ରୀ କାହ୍ନୁ ଚରଣ ସାମଲ, ଶ୍ୟାମ ସୁନ୍ଦର ରାଉତ, ଇଂ ହେମନ୍ତ ରାଉତ, ଅଶୋକ କୁମାର ସାମଲ, ଗୋପାଳ ମହାରାଣା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସର୍ବଶ୍ରୀ ହରିହର ରାଉତ, ଗୁରୁ ଚରଣ ସାମଲ, ଉତମ ସାମଲ, ଦେବେନ୍ଦ୍ର ରାଉତ, ପ୍ରୀୟବ୍ରତ ରାଉତ, ଶେଷଦେବ ରାଉତ, ବିପ୍ଳବ କର, ଅନୀଲ ରାଉତ, ଆନନ୍ଦ ସାମଲ, ମହେନ୍ଦ୍ର ସାମଲ ପ୍ରମୁଖଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ସତୀଶଙ୍କୁ ମା ଲକ୍ଷ୍ମୀଙ୍କ ମଣ୍ଡପକୁ ଅଣାଯାଇ ଥିଲା । ବ୍ୟାସଶ୍ରୀ କଳାନିକେତନ ଡ୍ୟାନ୍ସଗ୍ରୁପ ଯାଜପୁରରୋଡ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.