ହାତୀ ମୃତ୍ୟୁକୁ ନେଇ ଦୁଃଖିତ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କ ଦାୟିତ୍ବହୀନତା ଆଉ ଉଦାସୀନତାକୁ କଲେ ଟାର୍ଗେଟ

0

ଭୁବନେଶ୍ୱର- ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜର କମଳାଙ୍ଗ ଠାରେ ବିଦ୍ୟୁତ ତାର ଲାଗି ୭ଟି ହାତୀ ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ମାମଲାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସରକାରର ଗୋଟିଏ ହାତ କଣ କରୁଛି ଆଉ ଗୋଟେ ହାତ ଜାଣୁନି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଜଙ୍ଗଲ ବିଭାଗ ଆଉ ବିଜୁଳି ବିଭାଗ ଅଧୀନରେ ସେସୁ ଉଭୟଙ୍କ ମଧ୍ୟରେ ସାମାନ୍ୟତମ ଯୋଗ ସୂତ୍ର ନ ରହିବା ଓଡ଼ିଆର ଅମୂଲ୍ୟ ସମ୍ପଦକୁ ନଷ୍ଟ କରୁଛି । ତେଣୁ ବ୍ୟବସ୍ଥା ଚଲାଉଥିବା ଲୋକମାନେ ଏହାକୁ ଗୁରୁତର  ନେଇ ଓଡିଶାର ପଶୁ ସମ୍ପଦଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ରାଜ୍ୟ ସରକାରଙ୍କ ଦାୟିତ୍ବହୀନତା ଆଉ ଉଦାସୀନତାକୁ ଇଙ୍ଗିତ କରି ନିଜ  ଫେସବୁକ ପେଜରେ ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ ବିଦ୍ୟୁତ ଆଘାତରେ ପଶୁ ମୃତ୍ୟୁ ଓଡିଶାରେ ବହୁ ପୂର୍ବରୁ ବହୁ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିଲେ ମଧ୍ୟ, ପୁଣି ହାତୀ ମୃତ୍ୟୁ ଦୁଃଖ ଓ ପରିତାପର ବିଷୟ । ବ୍ୟବସ୍ଥା ଚଲାଉଥିବା ଲୋକମାନେ ଏହାକୁ ଗୁରୁତର ସହ ନେଇ ଓଡିଶାର ଯେ  ତାକୁ ବଂଚାଇବା ପାଇଁ ଚେଷ୍ଟା କରିବେ ବୋଲି ମୋର ଆଶା । ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ସରକାରର ଗୋଟିଏ ହାତ କଣ କରୁଛି ଆଉ ଗୋଟେ ହାତ ଜାଣୁନି । ଏହା ଦୁଃଖ ଓ ପରିତାପର ବିଷୟ । ଜଙ୍ଗଲ ବିଭାଗ ଆଉ ବିଜୁଳି ବିଭାଗ ଅଧୀନରେ ସେସୁ ଉଭୟଙ୍କ ମଧ୍ୟରେ ସାମାନ୍ୟତମ ଯୋଗ ସୂତ୍ର ନ ରହିବା ଓଡ଼ିଆର ଅମୂଲ୍ୟ ସମ୍ପଦକୁ ନଷ୍ଟ କରୁଛି ବୋଲି ଶ୍ରୀ ପ୍ରଧାନ  କରିଛନ୍ତି ।

Leave A Reply

Your email address will not be published.