ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

0

ଭୁବନେଶ୍ୱର- ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ କମାଳାଙ୍ଗ ଠାରେ ବିଦ୍ୟୁତ  ସଂସ୍ପର୍ଶରେ ଆସି ସାତୋଟି ହାତୀ  ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି  । କ୍ରାଇମବ୍ରାଂଚ  ଟିମ୍ ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦେବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।  ଶୁକ୍ରବାର ରାତିରେ କମଳାଙ୍ଗ ନିକଟରେ ରେଳ ଲାଇନ୍ ପାର ହେଉଥିବା ବେଳେ ୧୩ଟି ହାତୀ ମଧ୍ୟରୁ ୭ଟି ହାତୀ ବିଦ୍ୟୁତ  ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ । ତେବେ ସେଠାରେ ଯାଇଥିବା ବିଦ୍ୟୁତ  ତାର କମ ଉଚ୍ଚତାରେ ଥିଲା । ଉଲ୍ଲେଖନୀୟ ଯେ  ହାତୀ ମୃତ୍ୟୁବରଣ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଛି । ପଦକ୍ଷେପ ସ୍ୱରୂପ ଶନିବାର ୬ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ଓ ଜଣଙ୍କୁ ଚାକିରୀରୁ ବହିଷ୍କାର କରିଦିଆଯାଇଛି ।

ବନ ବିଭାଗର ତିନି ଜଣ ଅଧିକାରୀ ଓ କର୍ମଚାରୀଙ୍କୁ  ନିଲମ୍ବିତ କରା ଯାଇଥିବା ବେଳେ   ବିଦ୍ୟୁତ ବିଭାଗର  ତିନି ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବିତ କରା ଯିବା ସହ ଜଣଙ୍କୁ ଚାକିରୀରୁ ବହିଷ୍କାର କରା ଯାଇଛି ।ନିଲମ୍ବିତ ଅଧିକାରୀମାନେ ହେଲେ ସେସୁର ଅଧିକ୍ଷଣ ଯନ୍ତ୍ରୀ ନରେଶ ପଟ୍ଟନାୟକ, ଚାଇଁପାଳ ଏସଡିଓ ଆର୍ତରାଣ ନାୟକ, ଢେଙ୍କାନାଳ ରେଞ୍ଜ ଅଫିସର ପ୍ରସନ୍ନ ବିଶ୍ୱାଳ, ମେରାମୁଣ୍ଡଳୀ ସେrନର ଲାଇନମ୍ୟାନ ଫିରୋଜ ପଣ୍ଡା, ମେରାମୁଣ୍ଡଳୀ  ପ୍ରଭାକର ରଣା ଓ ଫରେଷ୍ଟ ଗାର୍ଡ ଗିରୀଶ ଚନ୍ଦ୍ର ଦେହୁରୀ  । ସେହିପରି ମେରାମଣ୍ଡୁଳି କନିଷ୍ଠ ଅଧିକାରୀ ସଞ୍ଜୟ ମହାନ୍ତିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । କର୍ତବ୍ୟରେ ଅବହେଳା ପାଇଁ ଏପରି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି ।   

Leave A Reply

Your email address will not be published.