ବିଜେପି ଯୁବନେତା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରେ ମିଶିଲେ 

0

 ବାରୀପଦା/ ଦିଲ୍ଲୀପ  ମହାନ୍ତି :   ମୟୂରଭଞ୍ଜ ଜିଲ୍ଲାର ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଜିଲ୍ଲା ସଂଯୋଜକ “ଜିତୁ ଶିବାନନ୍ଦ “ଏବଂ ଜିଲ୍ଲାର ପୂର୍ବତନ ଯୁବସଭାପତି “ଓମପ୍ରକାଶ ଦାସ ” ଙ୍କ ସହ ୫୦ରୁ ଅଧିକ ଆଗଧାଡିର ଯୁବନେତାମାନେ ଆଜି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟାଳୟରେ ଦଳରେ ଯୋଗଦାନ କରିଛନ୍ତି।

ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ବ ସହିତ ମୟୁରଭଞ୍ଜ ଜିଲାର ସାମଗ୍ରିକ ବିକାଶ ପାଇଁ ଚଳାଇ ଆସୁଥିବା ସଂଗ୍ରାମ ଆଦିକୁ ଭରସା କରି ଜେ ଏମ ଏମ ଦଳରେ ସାମିଲ ହୋଇଥିବାର ଜଣାପଡିଛି । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ବିଜେପି ଜନସାଧାରଣଙ୍କ ନିମନ୍ତେ ଜାର୍ଯ୍ୟ ନ କରି କ୍ଷମତା ଓ ରାଜନୈତିକ ପତିଆରା ଜାହିର କରାଇବା ଉଦ୍ଦେଶ୍ୟରେ ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଚଳାଇଛନ୍ତି ।ଜିଲ୍ଲାରେ ଗୋଷ୍ଠୀକନ୍ଦଳ ସମସ୍ତ ସୀମାକୁ ପାର କରିସାରିଛି । ଯେଉଁଥିରେ ସେମାନେ ଅଣନିଶ୍ଵାସୀ ହୋଇପଡିଥିଲେ । ତେଣୁ ଭାରତୀୟ ଜନତାପାର୍ଟିକୁ ତ୍ୟାଗ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି 

Leave A Reply

Your email address will not be published.