ସ୍ମୃତି ଚାରଣ : ନକ୍ଷତ୍ରମାଳା ପରିଛାଙ୍କୁ ଶ୍ରଦ୍ଧାଞ୍ଜଳୀ

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ରାଜଗୁରୁ ସାହି ସ୍ଥିତ ରସିକରାଜ ମନ୍ଦିର (ପରିଚ୍ଛା ମନ୍ଦିର) ପରିସରରେ ଜଗଦ୍‍ଗୁରୁ କୃପାଳୁ ମହାରାଜାଙ୍କ ଶିଷ୍ୟ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ନିର୍ଦ୍ଦେଶରେ ଚାଲୁଥିବା ବାଲମୁକୁନ୍ଦ କେନ୍ଦ୍ର ପକ୍ଷରୁ କାର୍ତ୍ତିକ କୃଷ୍ଣ ପ୍ରତିପଦା ତା.୨୫.୧୦.୨୦୧୮ରିଖ ଦିନ ୮୬ ବର୍ଷ ବୟସରେ ଇହଧାମ ପରିତ୍ୟାଗ କରଥିବା ଧର୍ମପରାୟଣ ମହିଳା ତଥା ସମାଜସେବୀ ସ୍ୱର୍ଗତ ଭୁବନେଶ୍ୱର ପରିଛାଙ୍କ ଧର୍ମପତ୍ନୀ ନକ୍ଷତ୍ରମାଳା ପରିଛାଙ୍କୁ ଚତୁର୍ଥ ଦିବସରେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ଏଥିରେ ମୁଖ୍ୟ ଅତିଥି ରୁପେ ବାର ଏସୋସିଏସନର ସଭାପତି ରାମନାଥ ମିଶ୍ର ଯୋଗଦେଇ ସ୍ମୃତି ଚାରଣ କରିବା ସହ ଗଣତନ୍ତ୍ରରେ ଓକିଲର ଭୁମିକା ସମ୍ୱନ୍ଧରେ ପିଲାମାନଙ୍କୁ ବୁଝାଇଥିଲେ । ଅନ୍ୟତମ ଅତିଥି ଭାବେ ପ୍ରଫୁଲ ପଣ୍ଡା, ପ୍ରସାର ଭାରତୀର ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ସ୍ମୃତି ଚାରଣ କରି ତାଙ୍କର ଯେଉଁ ପ୍ରତିଭା ଥିଲା  ଭୁତକେଳୀ ନାଟକର ଗୀତ, ଜଗନ୍ନାଥ ଏବଂ ରାଧାକୃଷ୍ଣଙ୍କ ଭଜନ ଏବଂ ବାଲୁକା ପୁଜା ଅର୍ଚ୍ଚନା କରି ମହିଳାମାନଙ୍କ ମନବଳ ଦୃଢ କରିବାରେ ସହାୟକ ଥିଲେ ବୋଲି ପିଲାମାନଙ୍କୁ ବୁଝାଇଥିଲେ । ପରେ ଯୋଗ ଗୁରୁ ଆପାରାଓ ଯୋଗାସନ ଶିଖାଇଥିଲେ । କେନ୍ଦ୍ର ତରଫରୁ ମନ୍ଦିରର ପୁଜକ ହରେ ରାମ କୃଷ୍ଣ ଚୌଧୁରି ଦିପାବଳୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଥିଲେ ।

Leave A Reply

Your email address will not be published.