ବଡ଼ବିଲ ପ୍ରିମିଅର ଲିଗ ଉଦଘାଟିତ

0

ବଡ଼ବିଲ (ଚିତ୍ତରଞ୍ଜନ କର) : ବଡ଼ବିଲରେ ଆରମ୍ଭ ହୋଇଛି ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଂଟ । ଆଇ ପି ଏଲ ଢାଞ୍ଚାରେ ହେଉଥିବା ବଡ଼ବିଲ ପ୍ରିମିଅର ଲିଗର ଉଦଘାଟନ ଏକ ଚିତାକର୍ଷକ ପ୍ରଦର୍ଶନୀ ମ୍ୟାଚରୁ ଆରମ୍ଭ ହୋଇଛି। ବଡ଼ବିଲ ପ୍ରଶାସନିକ ଏକାଦଶ ଏବଂ ସିନିଅର ସିଟିଜେନ ଏକାଦଶ ମଧ୍ୟରେ ହୋଇଥିବା ଏହି ମ୍ୟାଚରେ ପ୍ରଶାସନିକ ଏକାଦଶ ୭ ଉଇକେଟରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ପ୍ରଶାସନିକ ଏକାଦଶ ତରଫରୁ ଖେଳୁଥିବା ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ମନୋରଞ୍ଜନ ଦେଓ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ବଡ଼ବିଲସ୍ଥିତ ବିକାଶ ମହଲରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଂଟ ଖୁବ ଲୋକପ୍ରିୟ ହୋଇପାରିଛି।

ଅପରାହ୍ନରେ ଅନୁଷ୍ଠିତ ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚରେ କଳିଙ୍ଗ ସିଜଲରସ ଏବଂ ଆର ଏ ସି ସି ମଧ୍ୟରେ ମୁକାବିଲା ହୋଇଥିଲା। ଟସ ଜିତି ଆର ଏ ସି ସି ବ୍ୟାଟିଂ କରି ୧୫ ଓଭରରେ ୭ ଉଇକେଟ ହରାଇ ୧୧୧ ରନ କରିଥିଲା। ୧୧୨ ରନର ଲକ୍ଷ୍ୟ ନେଇ କଳିଙ୍ଗ ସିଜଲରସ ଏକାଦଶ ୧୩.୫ ଓଭରରେ ମାତ୍ର ୮୪ ରନ କରି ଅଲ ଆଉଟ ହୋଇଯାଇଥିଲା। ଉନ୍ନତ ଖେଳ ପ୍ରଦର୍ଶନ କରି ଆର ଏ ସି ସି ର ଖେଳାଳି ଶେଖ ସରଫୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ |

Leave A Reply

Your email address will not be published.