ବେଗୁନିଆ ହଁସୁଆ ନଈକୁ ଗାଧୋଇବାକୁ ଯାଇ ବୃଦ୍ଧା ନିଖୋଜ

0

ତିର୍ତ୍ତୋଲ/ରମେଶ ମହାନ୍ତି  :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କଟରା ପଞ୍ଚାୟତ ସ୍ଥିତ ବେଗୁନିଆ ଗ୍ରାମର ବୃଦ୍ଧା, ଚାରୁଲତା ମହାନ୍ତି (୭୫) ଦିନ ପ୍ରାୟ ୧୦ଟା ବେଳେ ନିକଟସ୍ଥ ହଁସୁଆ ନଈରେ ଗାଧୋଇବାକୁ ଯାଇ ଭାସିଯାଇଛନ୍ତି।ଏକୁଟିଆ ନଈକୁ ଗାଧୋଇବାକୁ ଯାଇଥିବା ଚାରୁଲତା ଘରକୁ ଫେରିବା ବିଳମ୍ବ ହେବାରୁ ତାଙ୍କ ପରିବାର ଗାଁ ଲୋକଙ୍କ ସହଯୋଗରେ ନଈ ମଧ୍ୟରେ ବହୁ ଖୋଜାଖୋଜି କରି ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ।ପରେ ଉଦ୍ଧାରକାରୀ ଟିମ ସହଯୋଗରେ ନଈ ମଧ୍ୟରେ ଖୋଜା ଚାଲୁରହିଛି  ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରି ନାହିଁ।୨ବର୍ଷ ପୂର୍ବେ ଚାରୁଲତାଙ୍କ ସ୍ୱାମୀ ଉକ୍ତ ନଈରେ ବୁଡ଼ି ପ୍ରାଣ ହରାଇଥିଲେ ଏବେ ସେହି ନଈରେ ତାଙ୍କର ନିଖୋଜ ହେବାକୁ ନେଇ ଅଞ୍ଚଳରେ ଦୁଃଖର ବାତାବରଣ ସୃଷ୍ଟି ହୋଇଛି। 

Leave A Reply

Your email address will not be published.