ଜିଲ୍ଲାସ୍ତରୀୟ ବ୍ୟାଡ଼ମିଣ୍ଟନ ଓ ସିପାକଟାକ୍ରୋ ଚୟନ ଶିବିର ଅନୁଷ୍ଠିତ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଇନଡୋର ଷ୍ଟାଡ଼ିୟମ ପରିସରରେ ୬୪ତମ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ବ୍ୟାଡ଼ମିଣ୍ଟନ ଓ ସିପାକଟାକ୍ରୋ ଚୟନ ପ୍ରତିଯୋଗିତା-୨୦୧୮ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ଟୋବର ୨୬ରେ ଅନୁଷ୍ଠିତ  ହୋଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଶାରିରୀକ ଶିକ୍ଷା ପରିଦର୍ଶକ ଭାଗିରଥି ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ବେହେରା, ମୁଖ୍ୟ ବକ୍ତା ଭାବେ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଜିମ୍ନାଷ୍ଟିକ କୋଚ ବିନୋଦ କୁମାର ରାମ, ସମ୍ମାନୀତ ଅତିଥି ଭାବେ ମୟୂରଭଞ୍ଜ ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ପ୍ରଭାତ ଚନ୍ଦ୍ର ସାହୁ ଓ ଉପସଭାପତି ଅଜୟ ମୋଦି, ଜିଲ୍ଲା ଶାରିରୀକ ଶିକ୍ଷା ଶିକ୍ଷକ ସଂଘର ଯୁଗ୍ମ-ସମ୍ପାଦକ ଦୀପକ କୁମାର ରାମ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଚାରକ ଭାବେ ଜୟନ୍ତ କୁମାର ପଣ୍ଡା, ବିଶ୍ୱଜିତ ବିଶ୍ୱାଳ, କୈଳାଶ ମହାଳିକ, ସୂର୍ଯ୍ୟାସ୍ନାତା ବିଶ୍ୱାଳ, ମଧୁସ୍ମିତା ଗିରି ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୭ ବର୍ଷରୁ କମ୍ ବଙ୍କଳ ବ୍ୟାଡ଼ମିଣ୍ଡନ ବିଭାଗରେ ରୋସନ ପ୍ରଜାପତି ହିରଣ୍ମୟୀ ପତି ; ୧୪ ବର୍ଷରୁ କମ୍ ବଙ୍କଳ ବ୍ୟାଡ଼ମିଣ୍ଡନ ବିଭାଗରେ ସାଇ କେଶବ ମୋଦି, ଆଦିକ ପ୍ରଭାତ ସାହୁ, ଜୟଜିତ ଦାସ ଓ ରିଷଭ ଅଗ୍ରୱାଲା, ୧୪ ବର୍ଷରୁ କମ୍ ବାଳିକା ବ୍ୟାଡ଼ମିଣ୍ଟନ ବିଭାଗରେ ଅନୁଷ୍କା ଦାସ ଓ ଆର୍ଯ୍ୟା ସୁହାନା ମହାନ୍ତିଙ୍କୁ ଚୟନ କରାଯାଇଥିବା ସମୟରେ ୧୭ ବର୍ଷରୁ କମ୍ ବାଳକ ସିପାକଟାକ୍ରୋ ପ୍ରତିଯୋଗିତାରେ ଦୁଲା ମୁର୍ମୁ, ସଞ୍ଜୟ ମାର୍ଣ୍ଡି, ନବଘନ କିସ୍କୁ, ପ୍ରଦୀପ କୁମାର ଟୁଡ଼ୁ ; ବାଳିକା ବିଭାଗରେ ଗଙ୍ଗା ରାଣୀ ଟୁଡ଼ୁ, ସବିତା ମୁର୍ମୁ , ପଦ୍ମିନୀ ଟୁଡ଼ୁ ଓ ବିଟି ମୁର୍ମୁୁ ବିଚାରପତିମାନଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି ବୋଲି ଜିଲ୍ଲା ଶାରିରୀକ ଶିକ୍ଷା ପରିଦର୍ଶକ ଭାଗିରଥି ମଲ୍ଲିକ ଗଣମାଧ୍ୟମକୁ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି  । 

Leave A Reply

Your email address will not be published.