ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପେଟ୍ରୋଲ ଢାଳି ଜାଳିବା ଉଦ୍ୟମ : ଯୁବକ ଗିରଫ

0

ବଡ଼ବିଲ (ଶାସକ ପ୍ରଶାସକ) : କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌର କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୫.୩୦ ମିନିଟ ସମୟରେ ଅଭିଷେକ ଗୁପ୍ତା ନାମକ ଯୁବକ ନିଜ ଘର ସମ୍ମୁଖ ରେ ଥିବା ସରକାରୀ ଜମିରେ ଥିବା ଦୋକାନ ଘର ଉଛେଦ ନ ହେବାରୁ ଅସନ୍ତୋଷ ପ୍ରକାଶ କରି ବଡ଼ବିଲ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିଥିଲା। ଶ୍ରୀ ପଣ୍ଡା ଚିତ୍କାର କରିବା ସହ ତାଙ୍କ ଚାମ୍ବରରୁ ବାହାରି ବର୍ତ୍ତି ଯାଇଥିବା ବେଳେ ସେଠାରେ ଉପସ୍ଥିତ ପୌର କର୍ମଚାରୀ ଅଭିଯୁକ୍ତ ଯୁବକ ଅଭିଷେକକୁ କାବୁ କରି ବଡ଼ବିଲ ପୋଲିସର ଜିମା ଦେଇଥିଲେ l ପୋଲିସ ଯୁବକକୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି।

Leave A Reply

Your email address will not be published.