ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର, ୧୩ ନଭେମ୍ବର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମ ନିକଟସ୍ଥ ମଳାସ ପଦର ସଙ୍କଟ ମୋଚନ ହନୁମାନ ମନ୍ଦିରରେ ଏକ ବଡ଼ ଧରଣର ଚୋରି ଘଟଣା ଘଟିଛି। ଗତକାଲି ୧୨ ତାରିଖ ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ ମନ୍ଦିରରୁ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି।
ଆଜି ସକାଳେ ମନ୍ଦିରର ପୂଜକ ଏବଂ ସ୍ଥାନୀୟ ଗ୍ରାମବାସୀ ମନ୍ଦିର ଖୋଲିବା ସମୟରେ ଠାକୁରଙ୍କ ଦେହରେ ସୁନା ଓ ରୁପା ଅଳଙ୍କାର ନଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଗଭୀରକ୍ଷୋଭ ଓ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିରରେ ଏଭଳି ଚୋରି ପଛରେ କୌଣସି ସ୍ଥାନୀୟ ଅପରାଧୀ ଗୋଷ୍ଠୀ କିମ୍ବା ଆନ୍ତଃଜିଲ୍ଲା ଲୁଟେରା ରାକେଟ୍ର ହାତ ଅଛି କି ନାହିଁ, ସେନେଇ ପୋଲିସ ବିଭିନ୍ନ ଦିଗରୁ ଛାନ୍ଭିନ୍ ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.