(ମାହାଙ୍ଗା-ଶାସକ ପ୍ରଶାସକ ) – ସବୁବେଳେ ସବୁ ସମୟରେ ଯେତେ କାର୍ଯ୍ୟ ରହିଲେ ବି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଜନସାଧାରଣ ମାନଙ୍କ ପାଇଁ ସୁଖ ଦୁଃଖ ରେ ସାମିଲ ହୋଇଥାନ୍ତି ସୁଚିନ୍ତକ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା l ବିଜୁ ଜନତା ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ଅନୁପ୍ରାଣିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ର ବିକାଶର କର୍ଣ୍ଣଧାର ବିରୋଧୀମାନଙ୍କ ସହ ଲଢେଇ କରି ଜନସାଧାରଣ ଙ୍କ ପ୍ରିୟ ପାତ୍ର ହୋଇ ବିଜୟର ଟୀକା ପିନ୍ଧି ଆସୁଥିବା ସରଳ ହୃଦୟବାଦୀ ବିଧାୟକ ପ୍ରତାପ ଜେନା l ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଗମନାଗମନ ବିକାଶ, ପାନୀୟଜଳ ବିକାଶ, ଆଲୋକୀକରଣ ର ସୁବ୍ୟବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତମାନର ପଦକ୍ଷେପ ଆଦି ବହୁ ବିକାଶମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସ୍ତରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁ ଗୌରବାନ୍ୱିତ କରିପାରିଛନ୍ତି ବିଧାୟକ ଶ୍ରୀ ଜେନା l ସେହିପରି ଭାବେ ଏକ ଦୁଖଃଦ ଘଟଣା ଘଟିଥିଲା ମାହାଙ୍ଗା ବ୍ଲକ ଉଷୁମା ଗ୍ରାମ ପଞ୍ଚାୟତ ଉଷୁମା ଗ୍ରାମରେ l ଏହି ଗ୍ରାମର ଉଷୁମା ପଞ୍ଚାୟତ ଉଷୁମା ଗ୍ରାମର ବାବାଜୀ ମହାପାତ୍ର ଏବଂ ବିକାଶ ମହାପାତ୍ର ଙ୍କ ଘରେ ଆକସ୍ମିକ ଭାବେ ନିଆଁ ଲାଗିଯିବା ଫଳରେ 4 ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ଭସ୍ମିଭୂତ ହୋଇଯାଇଥିଲା l ଏହି ଘଟଣା ପ୍ରଚାର ପ୍ରସାର ହେଲା ପରେ ବିଧାୟକ ପ୍ରତାପ ଜେନା ସଙ୍ଗେ ସଙ୍ଗେ ଉଷୁମା ପଞ୍ଚାୟତର ସରପଞ୍ଚ ମମତାମୟୀ ସୁତାର, ସମିତିସଭ୍ୟ ଦୁର୍ଗାପ୍ରସାଦ ବାରିକ, ସମାଜସେବୀ ପ୍ରଦୀପ୍ତ ସୁତାର, ଯୁବ ବିଜେଡି ସଭାପତି ଶରତ ମହାପାତ୍ର ଙ୍କୁ ଅଗ୍ନିବିପନ୍ନ ପରିବାର ନିକଟକୁ ପଠାଇ ଜରିପାଲ, ରେସନ ସାମଗ୍ରୀ, ଆର୍ଥିକ ସହାୟତା ପ୍ରଦାନ କରିଥିଲେ l କଥାରେ ଅଛି ବିପଦ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ l ବିଧାୟକ ଶ୍ରୀ ଜେନା ଙ୍କ ଏଭଳି ପଦକ୍ଷେପ ପାଇଁ ଅଗ୍ନିବିପନ୍ନଙ୍କ ପରିବାର ତରଫରୁ ବିଧାୟକ ଶ୍ରୀ ଜେନା ଙ୍କୁ ସାଧୁବାଦ ଜଣାଯାଇଛି l
Sign in
Sign in
Recover your password.
A password will be e-mailed to you.