ସାହିତ୍ୟର ବିକାଶରେ ପ୍ରକାଶକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ବିଶ୍ୱଭୂଷଣ

0 2

ଭୁବନେଶ୍ୱର/କଟକ : “କୌଣସି କବି ବା ଲେଖକଙ୍କ ସୃଷ୍ଟି ଯଦି ପୁସ୍ତକର ରୂପ ନପାଏ ତେବେ ତାହା ଲୋକ ଲୋକଲୋଚନକୁ ଆସି ପାରିବ ନାହିଁ । ଗୋଟିଏ ପୁସ୍ତକର ରଚିତ ହେଲା ପରେ ତାହା ପାଠକ ଦୃଷ୍ଟିକୁ ଆସିବା ଆବଶ୍ୟକତା ପଡ଼ିଥାଏ । ଏହି କାର୍ଯ୍ୟଟି ପ୍ରକାଶକଙ୍କ ଦ୍ୱାରା ଆଲୋକକୁ ଆସିଥାଏ । ପ୍ରକାଶନ ସଂସ୍ଥା ଏହି ଦୂରୁହ କାର୍ଯ୍ୟଟି କରି ଲେଖକଙ୍କ ମନରେ ଆଶା ସଂଚାର କରିଥାଏ । ସେହି ପୁସ୍ତକଟି ଆମର ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଥାଏ । ନଚେତ୍ ଲେଖା ଓ ଲେଖକ ଉଭୟ ବଣମଲ୍ଳି ପରି ବଣରେ ମିଳାଇ ଯାଆନ୍ତା” ବୋଲି ଛତିଶଗଡ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି । ଛତିଶଗଡ଼ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କ ୪ ଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିବସରେ କଟକସ୍ଥ ସାରଳା ଭବନରେ ଅନୁଷ୍ଠିତ ଓଡ଼ିଆ ସାହିତ୍ୟର ବିକାଶରେ ପ୍ରକାଶକଙ୍କ ଭୂମିକା ଶୀର୍ଷକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହା ମତବ୍ୟକ୍ତ କରି କହିଛନ୍ତି ” ପ୍ରକାଶକମାନେ ପୁରାତନ ଲେଖକ ଓ ଲେଖାକୁ ପ୍ରଧାନ୍ୟ ଦେବା ସହିତ ନୂତନ ସାହିତି୍ୟକଙ୍କୁ ଉତ୍ସାହ ପ୍ରଦାନ କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରୁଛନ୍ତି । ପୁସ୍ତକ, ସାହିତ୍ୟ, ସାହିତି୍ୟକ ଓ ପ୍ରକାଶନ ସଂସ୍ଥା ସମସ୍ତକୁ ଏକତା ସୂତ୍ରରେ ବାନ୍ଧି ଆଗକୁ ଅଗ୍ରସର ହେଉଥିବା ବ୍ୟକ୍ତି ପ୍ରକାଶକ । ଏହା ଚିନ୍ତାକଲା ବେଳକୁ ଅତ୍ୟନ୍ତ କଠିନ ହେଲେ ସୁଦ୍ଧା ପ୍ରକାଶକ ଏହି କଠିନ କାର୍ଯ୍ୟକୁ ଅତି ସହଜ ଓ ସୁନ୍ଦର ଭାବରେ ତୁଲାଇଥାନ୍ତି । ଓଡ଼ିଶାରେ ଅନେକ ପ୍ରକାଶନ ସଂସ୍ଥା ରହିଥିଲା ବେଳେ ସ୍ୱର୍ଗତ ପିତାମ୍ବର ମିଶ୍ରଙ୍କ ପ୍ରତିଷ୍ଠିତ ବିଦ୍ୟାପୁରୀ ପ୍ରକାଶନ ସଂସ୍ଥା ଅନ୍ୟତମ । ବିଦ୍ୟାପୁରୀ ଅନେକ ପ୍ରବୀଣ ଲେଖକଙ୍କ ସାହିତ୍ୟକୁ ପୁସ୍ତକ ଆକାରରେ ପ୍ରାଣ ସଂସ୍ଥାପନ କରିବା ସହିତ ନୂତନ ସାହିତି୍ୟକ ମାନଙ୍କୁ ଲେଖକର ମାନ୍ୟତା ଦେବାରେ ବଳି ଭୂମିକା ନିଭାଇଛି । ତାଙ୍କର ଏହିକାର୍ଯ୍ୟ ଓଡ଼ିଶା ପ୍ରକାଶନ କ୍ଷେତ୍ରରେ ଓ ସାହିତ୍ୟ ଜଗତରେ ସ୍ମରଣୀୟ ରହିବ ।” ଏହି ଅବସରରେ ରାଜ୍ୟପାଳ ଓଡ଼ିଶାର ପ୍ରକାଶକ ଓ ପ୍ରକାଶନ ସଂସ୍ଥାମାନଙ୍କର ଓଡ଼ିଆ ସାହିତ୍ୟକୁ ବଳି କରିବା ଦିଗରେ ସେମାନଙ୍କର ଭୂମିକା ବିଷୟରେ କହିଥିଲେ ଏବଂ ବିଦ୍ୟାପୁରୀ ପ୍ରକାଶନ ସଂସ୍ଥା ଓ ଏହାର ପ୍ରାଣ ପ୍ରତିଷ୍ଠାତା ପିତାମ୍ବର ମିଶ୍ରଙ୍କ ପ୍ରକାଶନ ସଂସ୍ଥାକୁ ଆଗକୁ ନେବାରେ ରହିଥିବା ଅବଦାନକୁ ମନେ ପକାଇଥିଲେ ।

 

Leave A Reply

Your email address will not be published.