ୱାଣ୍ଡ୍ରଲା ପ୍ଲେ ସ୍କୁଲ ର ୯ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0 2

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅର୍ବାନ ବ୍ୟାଙ୍କ୍ ପଡିଆ ଠାରେ ୱାଣ୍ଡ୍ରଲା ପ୍ଲେ ସ୍କୁଲ ର ୯ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବାର୍ଷିକ ଉତ୍ସବରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀ ରଘୁନାଥ ପାତ୍ର , ଓଡିଶୀ ନୃତ୍ୟଶିଳ୍ପୀ ତଥା ଦେବଦାସୀ , ଭକ୍ତି ଆଖଡ଼ା ଓ ନୁପୁର ପରି ଟେଲିିଜନ କାର୍ଯ୍ୟକ୍ରମ ର ବିଚାରକ ଗୁରୁ ଶ୍ରୀ ବିବେକ ମହାନ୍ତି , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ପ୍ରିନ୍ସ ଡାନ୍ସ ଗ୍ରୁପ୍ ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଶ୍ରୀ ଟି. କ୍ରୀଷ୍ଣା ମୋହନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।
ବିଦ୍ୟାଳୟ ର ନିର୍ଦ୍ଦେଶକ ଶ୍ରୀ ମୋନୋଜ କୁମାର କର ନିଜ ସ୍ବାଗତ ଅଭିଭାଷଣ ମାଧ୍ୟମ ରେ ବିଦ୍ୟାଳୟ ର ୯ମ ବର୍ଷ ର ପରିଶ୍ରମ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜିତା ପଟ୍ଟନାୟକ ବିଦ୍ୟାଳୟ ର ବାର୍ଷିକ ବିବରଣୀ କୁ ଏକ ସୁନ୍ଦର ଭିଡିଓ ମାଧ୍ୟମ ରେ ଉପସ୍ଥାପନା କରିଥିଲେ। ଶ୍ରୀମତୀ ନିର୍ମଳା ସେଠୀ ବିଦ୍ୟାଳୟ ର କାର୍ଯ୍ୟ କୁଶଳତା ଉପରେ ନିଜର ଖୁସୀ ବ୍ୟକ୍ତ କରିଥିଲେ। ଗୁରୁ ଶ୍ରୀ ରଘୁନାଥ ପାତ୍ର ବିଦ୍ୟାଳୟ ର କୁନି କୁନି ପିଲାଙ୍କ ସଫଳତା କୁ ଉଚ୍ଚ ପ୍ରଶଂସା କରିଥିଲେ।
ଗଜପତି ଜିଲ୍ଲା ର ଏହି ବିଦ୍ୟାଳୟ ଅନ୍ୟ ବଡ଼ ବଡ଼ ସହର ପାଇଁ ଏକ ଉଦାହରଣ ବୋଲି ଗୁରୁ ବିବେକ ମହାନ୍ତି ତାଙ୍କୁ ଅଭିଭାଷଣ ରେ କହିଥିଲେ। ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ବିଦ୍ୟାଳୟ ର ପରିଚାଳନା କୁ ପ୍ରଶଂସା କରିଥିଲେ। ଶ୍ରୀ ଟି. କ୍ରୀଷ୍ଣା ରେଡ୍ଡୀ କୁନି ପିଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଉଚ୍ଚକୋଟୀର ଥିବା ଅଭିବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମ କୁ ଶ୍ରୀମତୀ ଲିନା କରଶ, ଶ୍ରୀମତୀ ସ୍ୱାଗତିକା ମିଶ୍ର ପରିଚାଳନା କରିଥିଲେ। ଉପସ୍ଥାପିକା ତପସୀ ଏବଂ ସାଇ ସ୍ୱରୂପ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବହୁତ ସୁନ୍ଦର ଭାବରେ ଉପସ୍ଥାପିତ କରିଥିଲେ।
ଏହା ସହିତ ବିଦ୍ୟାଳୟ ର ଶିକ୍ଷୟତ୍ରୀ ମାନେ ତଥା ଶ୍ରୀମତୀ ସ୍ତିତପ୍ରଜ୍ଞା ବେହେରା , ମଧୁସ୍ମିତା ପଟ୍ଟନାୟକ , କୁସବୁ ରାଜ କୁମାରୀ , ଶୁଭଶ୍ରୀ ଭୁକ୍ତା , ନୀଲିମା ପାଣିଗ୍ରାହୀ , ରଶ୍ମିତା ପାତ୍ର , ଡାଇନା ଚିଞ୍ଚନୀ , ମାମୁନି ସେନାପତି , ସୁଦର୍ଶନା ମହାରଣା , ସନ୍ଧ୍ୟାରାଣୀ ମହାନ୍ତି ଓ ଶିବାନୀ ଖଡଗରାୟ ଏବଂ ଡାନ୍ସ ଶିକ୍ଷକ ଗ୍ରେସ ସାମଲ ଦ୍ଵାରା ପରିଚଳିତ ହୋଇଥିଲା।

Leave A Reply

Your email address will not be published.