ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିିିଦ୍ୟାଳୟରର ୩୪ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ହର୍ଷ ଓ ଉଲ୍ଲାସର ର ବାତାବରଣ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ଼. ଶଙ୍କର ପ୍ରସାଦ ବକ୍ସିଙ୍କ ସଭାପତିତ୍ବରେ ଆୟୋଜିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ରୂପେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ( ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ) ସମ୍ମାନିତ ଅତିଥି ଶ୍ରୀ ସୁବାଷ ଚନ୍ଦ୍ର ଜମାଦାର ( ଅବସରପ୍ରାପ୍ତ ସହକାରୀ ମହାନିରୀକ୍ଷକ , ଆରକ୍ଷୀ ବିଭାଗ) , ମୁଖ୍ୟ ବକ୍ତା ରୂପେ ଡ. ବୃନ୍ଦାବନ ମିଶ୍ର (ଅବସରପ୍ରାପ୍ତ ଅଧ୍ୟାପକ ଇତିହାସ) ପ୍ରମୁଖ ଯୋଗଦେଇ ଥିଲେ। ତତ୍ ସହିତ ବିଦ୍ୟାଳୟର ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟ , ସହରର ଗଣ୍ୟମାନ୍ୟ ବ୍ୟକ୍ତିତ୍ବ ପ୍ରମୁଖ ଉକ୍ତ ଉତ୍ସବରେ ଉପସ୍ଥିତ ରହିଥିଲେ।
ଉକ୍ତ ଉତ୍ସବରେ କ୍ରୀଡା ଜଗତରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଅନେକ କୃତିତ୍ୱ ହାସଲ କରିଥିବା ବରିଷ୍ଠ କ୍ରୀଡାବିତ୍ ଶ୍ରୀ କିଶୋର ଚନ୍ଦ୍ର ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୨୦୨୨-୨୩ ଶିକ୍ଷାବର୍ଷର ୧୦ମ ଶ୍ରେଣୀ ଜିଲ୍ଲା ଟପର୍ ଛାତ୍ରଦ୍ଵୟ ଶ୍ରୀ ନବୀନ ମହାଙ୍କୁଡ ଓ ଶ୍ରୀମାନ ତନ୍ମୟ ପଟ୍ଟନାୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ରଙ୍ଗମଞ୍ଚ କାର୍ଯ୍ୟକ୍ରମ ଓ ନାଟକ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ପରିଚାଳନା କମିଟିର ସହ-ସମ୍ପାଦକ ଶ୍ରୀ ଜନ୍ମେଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ଓ ସହ-ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ପାଢ଼ୀଙ୍କ ନିର୍ଦେଶନାରେ ଓ ଅନ୍ୟାନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.