ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସେତୁବନ୍ଧ ସାହିତ୍ୟ ଅନୁଷ୍ଠାନର ବାର୍ଷିକୋତ୍ସବ ନୟାଗଡ଼ ଷ୍ଟାଡିୟମ ମହୋତ୍ସବ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟକ ଭାବେ ଯୋଗଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ତଥା ସାହିତ୍ୟିକ ରବି ଶତପଥି ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ନୟାଗଡ଼ ପୌରାଧ୍ୟକ୍ଷା ନିରୂପମା ଖଟେଇ,ଅଧ୍ୟାପିକା ତ୍ରିପୁରା ମିଶ୍ର,କାଳିଚରଣ ଜୟସିଂ,ଡା.ପ୍ରଶାନ୍ତ ବିଶ୍ୱାଳ,ଘନ ପରିଡ଼ା,ବସିରନ ବିବି,ପ୍ରିୟମ୍ବଦା ଦାଶ,ପ୍ରଭାସିନୀ ନନ୍ଦ,ରବିନ୍ଦ୍ର ଷଢ଼ଙ୍ଗୀ ପ୍ରମୁଖ ଯୋଗଦାନ କରିଥିଲେ । ସବିତା ଶୁକ୍ଳା ବେଦପାଠ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ଉଷାମଣୀ ମିଶ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଡ.ସିତୁପ୍ରକାଶ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଯଜ୍ଞଦତ୍ତ ରଥ ଏବଂ ମମତା ମଞ୍ଜରୀ ମିଶ୍ର କବିତା ସଂଯୋଜନା କରିଥିଲେ । ଏହି ଅବସରରେ ପଞ୍ଚାନନ ପଣ୍ଡା,ବିଘ୍ନେଶ୍ୱର ବେହେରା,ବିଷ୍ଣୁପ୍ରସାଦ ମିଶ୍ର,ସ୍ୱର୍ଣ୍ଣଲତା ମିଶ୍ର,ଶିତୁପ୍ରକାଶ ରଥ,ଯଜ୍ଞଦତ୍ତ ରଥ,ପ୍ରିୟମ୍ବଦା ଦାଶ,ପରମାନନ୍ଦ ସ୍ୱାଇଁ,ଗୀତାଞ୍ଜଳୀ ସାହୁ ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ଗୋପୀନାଥ ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.