ମୋହନା ପ୍ରେସ୍ କ୍ଲବ ର ପ୍ରଥମ ନିର୍ବାଚନ ଅନୁଷ୍ଠିତ : ପଞ୍ଚାନନ ସଭାପତି , ସୁମନ ସମ୍ପାଦକ ନିର୍ବାଚିତ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ପ୍ରେସ୍ କ୍ଲବ ର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ରୁ ମନୋନୀତ କର୍ମକର୍ତ୍ତା ଦ୍ୱରା ସଙ୍ଘ ପରିଚାଳିତ ହେଉଥିବା ବେଳେ ଶନିବାର ଦିନ ବ୍ଲକର ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ନିୟମ ମୁତାବକ ପ୍ରଥମେ ନାମାଙ୍କନ ପତ୍ର ଦାଖଲ ହେବା ପରେ ସଭାପତି ଏବଂ ସମ୍ପାଦକ ପଦବୀ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ସଭାପତି ପଦବୀ ପାଇଁ ଦୁଇ ଜଣ ଏବଂ ସମ୍ପାଦକ ପଦବୀ ପାଇଁ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସଙ୍ଘ ର ୧୯ ସଦସ୍ୟ ଙ୍କ ମଧ୍ୟରୁ ୧୮ସଦସ୍ୟ ଭୋଟ ଦାନ କରିଥିଲେ। ୧୧ ଭୋଟ ପାଇ ପଞ୍ଚାନନ ଦାସ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଗୋଟିଏ ଭୋଟ ନାକଚ ଏବଂ ୧୨ ଖଣ୍ଡ ଭୋଟ ପାଇ ସୁମନ ପଟ୍ଟନାୟକ ସଙ୍ଘ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ।
ଅନ୍ୟପଟେ ଉପସଭାପତି ଭାବେ ନୃସିଂହନାଥ ପୂଜାରୀ , ସହ ସମ୍ପାଦକ ଭାବେ ଅଂଶୁମାନ ପଣ୍ଡା , କୋଷାଧ୍ୟକ୍ଷ ଭାବେ ପିଣ୍ଟୁ ପ୍ରଧାନ ଏବଂ ସଙ୍ଘ ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଲଷ୍ମଣ ଚୌଧୁରୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। ପ୍ରେସ୍ କ୍ଲବ ଆଇନ ପରାମର୍ଶଦାତା ଦୁର୍ଯ୍ୟୋଧନ କରଡ଼ା ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ।

Leave A Reply

Your email address will not be published.