ଜିଲ୍ଲା ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ଠାରେ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି।ଏଥିରେ ଜିଲ୍ଲା ବୈଧ ମାପ ବିଜ୍ଞାନ ବିଭାଗର ଯୁଗ୍ମ ନିୟନ୍ତ୍ରକ ଗୋବିନ୍ଦ ଚନ୍ଦ୍ର ଜେନା ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଯୋଗଦେଇ ଉପଭୋକ୍ତା ଦିବସ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ ।ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗର ସମ୍ମାନୀୟ ସଭାପତି ପ୍ରଭାତ କୁମାର ପାଢ଼ୀ ଯୋଗଦେଇ ଇଣ୍ଟରନେଟ ମାଧ୍ୟମରେ ବ୍ୟବସାୟ ଦ୍ଵାରା ଲାଭ କ୍ଷତି ଉପରେ ସଚେତନ କରାଇ ଥିଲେ ।

ଜିଲ୍ଲା ଯୋଗାଣ ଅଧିକାରିଣୀ ଶ୍ରୀମତୀ ସୁଜାତା ମିଶ୍ର କହିଥିଲେ ଯେ ଆମ ବିଭାଗରେ ବିଶେଷ ଅସୁବିଧା ନାହିଁ , ଯଦି କିଛି ନଜରକୁ ଆସେ ମୋତେ ଜଣାଇଲେ ମୁଁ ତାର ପ୍ରତିକାର କରିବି । ଏଥିରେ ବିଭିନ୍ନ ବର୍ଗର ଜନ ସାଧାରଣ ଓ ପୌର ପରିଷଦର ପାରିଷଦ ମାନେ ଯୋଗଦେଇଥିଲେ।ଏହି କାର୍ଯ୍ୟ କ୍ରମକୁ ରସା ସ୍ବେଛାସେବୀ ଅନୁଷ୍ଠାନର ସମ୍ପାଦକ ନିରଞ୍ଜନ ବାରିକ ସଂଯୋଜନା ଓ ସହାୟତା କରିଥିବା ବେଳେ ବରିଷ୍ଠ ଉପଭୋକ୍ତା କର୍ମୀ ରବି ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.