ଜମନକିରା(ଲିପନ ନାଏକ ): ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ରେ ପାଞ୍ଚ ଦିନ ବ୍ୟାପି ରେଙ୍ଗାଳବେଡା ଖେଳ ପଡିଆରେ ଜୟ ଜଗନ୍ନାଥ କ୍ରିକେଟ କ୍ଳବ ଆନୁକୂଲ୍ୟରେ ପ୍ରଥମ ହାଜି ମହମ୍ମଦ ଖାଲିଲ ମେମୋରିଆଲ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ସମ୍ବଲପୁର, ଝାରସୁଗୁଡା ଓ ଦେବଗଡ଼ ତିନୋଟି ଜିଲ୍ଲାର ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ l ଆଜିର ଉଦଯାପନୀ ଉତ୍ସବର ହୋଇଥିବା ଫାଇନାଲ ଖେଳରେ ତରେଇକେଲା (କୋଲାବିରା ) ଦଳ ଶିଙ୍କଲପୋଷି ଦଳକୁ ୫୮ ରନରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା l ଉଦଯାପନୀ ଉତ୍ସବର ପୁରସ୍କାର ବିତରଣ ସମାରୋହରେ ପୂର୍ବତନ ଏସ. ଡ଼ି. ଏ ଅଧକ୍ଷ ଶ୍ରୀ ବିଜୟ କୁମାର ମହାନ୍ତି ମୁଖ୍ୟ ଅତିଥିଭାବେ ଉପସ୍ଥିତ ରହି ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିବା ବେଳେ ଏହି ସମରୋହରେ ଗ୍ରାମର ମୁଖ୍ୟ ଚିତ୍ତରଞ୍ଜନ ଶର୍ମା, ଭୋଜପୁର ପୂର୍ବତନ ସରପଞ୍ଚ ଟିକେଶ୍ୱର ପାତ୍ର ପ୍ରଧାନ ଶିକ୍ଷକ ଲକ୍ଷପତି ନନ୍ଦ ଅତିଥିଭାବେ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରିଥିଲେ l ଜୟ ଜଗନ୍ନାଥ କ୍ରିକେଟ କ୍ଲବ ରେଙ୍ଗାଲବେଡା ର କର୍ମକର୍ତା ଟିକନ ଶର୍ମା, ଲିପଟନ ନାୟକ, ହିମାଂଶୁ ନାୟକ, ରୁଦ୍ରମଣୀ ରଣା, କୁନା ରଣା, ମୁନା ରଣା, ମହେନ୍ଦ୍ର ବାଘ ରାଜା ଶର୍ମା, ମଣ୍ଟୁ ମହାନ୍ତି, ରଂଜିତ ସାହୁ, ମହମ୍ମଦ ଫାରୁକ,, ମୋହନଲାଳ ବାଘ, ରାଜେନ୍ଦ୍ର ବେହେରା, ପ୍ରଦୀପ କଚ୍ଛପ, ସମୀର, କାହ୍ନl ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିବା ସହ ମହମ୍ମଦ ଖଲିଙ୍କ ସୁପୁତ୍ର ମହମ୍ମଦ ମୁଜମ, ମହମ୍ମଦ ଜଳିଲ, ମହମ୍ମଦ ମୃତ୍ଜା, ମହମ୍ମଦ ମୁସ୍ତାକିମ ପ୍ରମୁଖ ଉପସ୍ଥିତ ରହି ଏହି ଟୁର୍ଣ୍ଣାମେଣ୍ଟକୁ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post