ଦିନ ଦ୍ୱିପ୍ରହରରେ ବଣେଇ ସ୍ଥିତ ବିକ୍ରମ କାରଖାନାରୁ ବିଷାକ୍ତ କଳାଧୂଆଁ

0

ଲୋକଙ୍କ ଅଭିଯୋଗ , “ଜାଣି ସିଆଣିଆ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ”

ରାଉରକେଲା /ବଣାଇଁ, (ବସନ୍ତ କୁମାର ଜେନା):– ବଣାଇଁ ଉପଖଣ୍ଡର ଲହୁଣୀପଡ଼ା ଅଞ୍ଚଳରେ ଥିବା ବିକ୍ରମ ପ୍ରାଇଭେଟ ଲିମିଟେଡ କାରଖାନାରୁ ଦିନ ଦ୍ବିପ୍ରହରରେ ସମୟରେ କଳା ଧୂଆଁ ଛାଡୁଥିବା ବେଳେ ପ୍ରଶାସନ ଓ ପ୍ରଦୁଷଣ ବିଭାଗ ଅଧିକାରୀ ମାନେ ଜାଣି ଶୁଣି ନ ଜାଣିବା ପରି ହେଉଛନ୍ତି କାହିଁକି ତାହା ପ୍ରଶ୍ନ ବାଛି ସ୍ରୁଷ୍ଟି କରୁଛି । ଯାହାଫଳରେ ବାୟୁମଣ୍ଡଳକୁ ଦୂଷିତ ହେବା ସହ ନିକଟରେ ଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଦିନ ବେଳେ କଣ ରାତି କଣ ଏତେ ପରିମାଣରେ କଳା ଧୂଆଁ ଛାଡୁଛନ୍ତି ନା ପ୍ରଦୁଷଣ ବିଭାଗ ପକ୍ଷରୁ ଦୁଷ୍ଟି ପଡୁଛି ନା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦୁଷ୍ଟି ଆକର୍ଷଣ ହେଉଛି।  ବିକ୍ରମ କାରଖାନା ମାଲିକ ଅଧିକ ମୁନାଫା କମାଇବା ପାଇଁ ଇଏସପି ମିସିନକୁ ବନ୍ଦ କରି ଦେଉଥିବାରୁ ପ୍ରଦୁଷଣ ମାତ୍ରା ଅଧିକରୁ ଅଧିକତର ହୋଇଛି । କଳା ଧୂଆଁର ବିଷାକ୍ତ କୋଇଲା ଗୁଣ୍ଡ ଯୋଗୁଁ ନିକଟରେ ଥିବା ଗ୍ରାମରେ ପନିପରିବା ଚାଷ, ପୋଖରୀ ଉପରେ ଏକ କଳା ଆବରଣ ପଡୁଥିବାରୁ ଚାଷୀଙ୍କ ଫସଲରେ ପଡି ବିଷାକ୍ତ ହୋଇଥିବା ଜଣାପଡିଛି ।ତେବେ କାରଖାନାରୁ କଳାଧୂଆଁ ନିର୍ଗତ ହେଉଥିବା ଯୋଗୁଁ ସ୍ପଞ୍ଜ କାରଖାନାକୁ ଲାଗି ଥିବା ଗ୍ରାମ ଗୁଡିକରେ କିଡ଼ନୀ ରୋଗ ଆକ୍ରାନ୍ତ ବଢିବାରେ ଲାଗିଛି। ଏଥିନେଇ ନିକଟରେ ଥିବା ଗାଁ ଓ ଜନସାଧାରଣ ଅସନ୍ତୋଷ ପ୍ରକାଶ ପାଉଛି। ତେଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ପ୍ରଦୁଷଣ ବିଭାଗ ଅଧିକାରୀ କାରଖାନାରୁ କଳା ଧୂଆଁ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.